Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରମେୟ ସାମ୍ବାଦିକଙ୍କୁ ଘାତକ ଆକ୍ରମଣ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
July 25, 2021
in Crime, State
ପ୍ରମେୟ ସାମ୍ବାଦିକଙ୍କୁ ଘାତକ ଆକ୍ରମଣ ଅଭିଯୋଗ
47
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଖବର ସଂଗ୍ରହ କରୁଥିବା ବେଳେ ବ୍ରହ୍ମପୁର ପ୍ରମେୟ ସାମ୍ବାଦିକ ପ୍ରହ୍ଲାଦ ସାହୁଙ୍କୁ ଘାତକ ଆକ୍ରମଣ ଅଭିଯୋଗ । ଗୋସାଣି ନୂଆଗାଆଁର ଜୈନିକ ବୋହୂ ଶ୍ବଶୁର ଘରକୁ ପ୍ରବେଶ କରିବା ପାଇଁ ଚାହୁଁଥିବା ବେଳେ ପରିବାରବର୍ଗ କବାଟ ଖୋଲିନଥିଲେ । ଏହାକୁ ନେଇ କେତେକ ଗଣମାଧ୍ୟମ ପ୍ରତିନିଧି ଫଟୋ ଉତ୍ତୋଳନ କରୁଥିବା ବେଳେ ପରିବାରବର୍ଗ ଗାଳିଗୁଲଜ କରିଥିଲେ । ଏହାର ପ୍ରତିବାଦ କରି ପ୍ରମେୟ ବ୍ରହ୍ମପୁର ନଗର ପ୍ରତିନିଧି ପ୍ରହ୍ଲାଦ ସାହୁ ପରିବାରବର୍ଗଙ୍କୁ ଗାଳି ଗୁଲଜ ନକରିବାକୁ ଅନୁରୋଧ କରିଥିଲେ । ପରେ ପରିବାର ସଦସ୍ୟ ସାମ୍ବାଦିକ ପ୍ରହ୍ଲାଦଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଗୋସାଣି ନୂଆଗାଆଁ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହିତ ସାମ୍ବାଦିକ ମାନେ ପ୍ରତିବାଦ କରି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!