Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୌମ୍ୟଙ୍କ ମୃତ୍ୟୁରେ ସାମ୍ନାକୁ ଆସିଲା ବିଦ୍ୟାଙ୍କ ଖାତା

by ସଞ୍ଜୟ ସ୍ୱାଇଁ
July 25, 2021
in Crime, State
ପୁଲିସ ମୁଣ୍ଡରେ ପଡିଛି ଚଡ଼କ, ସୌମ୍ୟରଞ୍ଜନଙ୍କୁ ବାହା ହେବାକୁ ଚାହୁଁ ନଥିଲେ ବିଦ୍ୟାଭାରତୀ
342
VIEWS
Share on FacebookShare on Twitter

ସୋର, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ୍। ଏପର୍ୟ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଏଥିରେ ଯୋଡ଼ି ହୋଇଛି ଏକ ନୂଆ ନାଁ। ସୌମ୍ୟଙ୍କ ପରିବାର ଲୋକଙ୍କ ଦାବି ଅନୁସାରେ ସେମାନଙ୍କୁ ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କର ଏକ ଖାତା ମିଳିଥିବା ବେଳେ ସେଥିରେ ଲେଖା ହୋଇଛି ଏହି ନାଁ। ଏହି ଖାତାରେ ଗୋଟିଏ ସ୍ଥାନରେ କିଛି ଅଲଗା ଲେଖା ସହିତ ‘ଅକ୍ଷୟ’ ବୋଲି ଏକ ନାଁ ଲେଖାଯାଇଛି ଓ ତାକୁ କାଟି ଦିଆଯାଇଛି। ତେଣୁ ବିଦ୍ୟାଭାରତୀଙ୍କ ସହିତ ଏହି ଅକ୍ଷୟଙ୍କର ସଂପର୍କ ଥାଇପାରେ ବୋଲି ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ସୌମ୍ୟଙ୍କ ବଡ଼ ଭାଇ ରଞ୍ଜନ ମହାପାତ୍ର କହିଛନ୍ତି, ମୋ ବାପା, ମାମୁ ଓ ଭାଇ ପାରଳାଖେମୁଣ୍ଡି ଯାଇଥିବା ବେଳେ ତା’ (ସୌମ୍ୟଙ୍କ) ସରକାରୀ ବାସଭବନରୁ ଏହି ଖାତାକୁ ଆଣିଥିଲେ। ଏହି ଖାତାରେ ଯାହା ସବୁ ଲେଖାଯାଇଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେମାନଙ୍କ (ସୌମ୍ୟ ଓ ବିଦ୍ୟାଭାରତୀ) ମଧ୍ୟରେ କ’ଣ ସଂପର୍କ ଥିଲା। ସେ କେତେ ମାତ୍ରରେ ମୋ ଭାଇକୁ ଭଲ ପାଉଥିଲା, ସବୁ କିଛି ଏହି ଖାତାରେ ଥିବା ଲେଖାରୁ ବୁଝାପଡ଼ୁଛି। ସେ ଆହୁରି କହିଛନ୍ତି, ଅକ୍ଷୟ କିଏ କହିପାରିବିନି। କିନ୍ତୁ ସନ୍ଦେହ କରୁଛି ଯେ ତା’ ସହିତ ବିଦ୍ୟାଭାରତୀଙ୍କ ସଂପର୍କ ଥାଇପାରେ। କାରଣ ଆମେ ଶୁଣିଥିଲୁ ଯେ ବାହାଘର ପୂର୍ବରୁ ତାଙ୍କର ଆଉ କାହା ସହିତ ଆଫେୟାର ଥିଲା। ଯେହେତୁ ବାହାଘର ପରେ ତାଙ୍କର ମୋ ଭାଇ ସହିତ ସଂପର୍କ ନଥିଲା, ତେଣୁ ତା’ (ଅକ୍ଷୟ) ସହିତ ବି ଆଫେୟାର ଥିବ। ଏହି ଘଟଣାର ତଦନ୍ତ କଲେ ସତ କଥା ପଦାକୁ ଆସିବ। ଅନ୍ୟପକ୍ଷରେ ଏହି ମାମଲାର ତଦନ୍ତ ପ୍ରକ୍ରିୟାରେ ସୌମ୍ୟଙ୍କ ବାପାମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କୁ ଏ ପର୍ୟ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି ଯେ ଉକ୍ତ ଘଟଣା ବେଳେ ସୌମ୍ୟଙ୍କ ସହିତ କେବଳ ବିଦ୍ୟା ଥିଲେ। ତାଙ୍କୁ କାହିଁକି ଜେରା କରାଯାଉ ନାହିଁ। ତାଙ୍କୁ ଗିରଫ କରି ପଚରାଉଚରା କଲେ ସବୁ କଥା ପଦାକୁ ଆସିବ। ପାରଳାଖେମୁଣ୍ଡି ପୁଲିସ୍ ଘଟଣାର ତଦନ୍ତ କରୁଛି। ତଦନ୍ତକାରୀ ଟିମ୍ ଆଜି ବଲାଙ୍ଗିର ଯାଇଛି। ବାହାଘର ପରେ ବିଦ୍ୟାଭାରତୀ ପଣ୍ଡା ବଲାଙ୍ଗିରରେ ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଥିଲେ। ସେହି ପାର୍ଟିରେ ଯୋଗ ଦେବାକୁ ସୌମ୍ୟ ମଧ୍ୟ ଯାଇଥିଲେ। କିନ୍ତୁ ବିଦ୍ୟା ତାଙ୍କୁ ସେଠାରୁ ତଡ଼ି ଦେଇଥିବା ପରେ ଖରାପ ଫଟୋ ପଠାଇ ଟଙ୍କା ପାଇଁ ବ୍ଲାକମେଲିଂ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!