ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲା ଜବଲପୁରରୁ ୧୪.୨ କେ.ଜିର ବଜ୍ରକାପ୍ତା ଖୋଳପା ଜବତ। ୨ ଜଣଙ୍କୁ ଗିରଫ କଲା ଢେଙ୍କାନାଳ ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ। ଢେଙ୍କାନାଳ ବନ ବିଭାଗ ଓ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ( WCCB) ର ଏକ ଜଏଣ୍ଟ ଅପରେସନରେ ବଜ୍ରକାପ୍ତା ଖୋଳପା ଜବତ କରିଛି। ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ। ସେମାନଙ୍କ ନିକଟରୁ ୧୪.୨ କେ.ଜିର ବଜ୍ରକାପ୍ତା ଖୋଳପା, ଏକ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ବାଇକ୍ ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଲେ ବନମାଳି ପ୍ରସାଦର ରତ୍ନାକର ରାଉତ (୫୧) ଓ ହାଉସିଂ ବୋର୍ଡ ବାଜି ଚୌକର ଫିରୋଜ ଖାନ (୫୨)।





