Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବକକୁ ହତ୍ୟା

by ସଞ୍ଜୟ ସ୍ୱାଇଁ
July 25, 2021
in Crime, State
ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବକକୁ ହତ୍ୟା
125
VIEWS
Share on FacebookShare on Twitter

ନିମାପଡା, (ବାଘୁଆବାର୍ତ୍ତା): ନିମାପଡା ପ୍ରେମବ୍ୟାପାରକୁ କେନ୍ଦ୍ର କରି ଜଣେ ଯୁବକକୁ ହତ୍ୟା କରାଯାଇଥିବା ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିବାରେ ବିଳମ୍ବକୁ ନେଇ ହତ୍ୟାର ଶୀକାର ହୋଇଥିବା ଯୁବକଙ୍କ ପରିବାର ଥାନାରୁ ନ୍ୟାୟ ପାଇବା ଆଶଙ୍କା ସୃଷ୍ଟି ହୋଇଛିା ପୋଲିସ୍‌ ହତ୍ୟା କାଣ୍ଡ ମାମଲା ରୁଜୁ କରି ନୀରବ ରହିବା ପଛରେ କୌଣସି ଚାପ ରହିଥିବା ଆଶଙ୍କା କରାଯାଉଛିା ଅଭିଯୋଗ କାରୀ ବାରମ୍ବାର ଥାନାକୁ ଦୌଡି ନିରାଶ ହେଉଅଛି । ଶବ ବ୍ୟବଛେଦ ରିର୍ପୋଟ ଆସିଲେ କାର୍ୟ୍ୟାନୁଷ୍ଠାନ ନେବାକୁ ପୋଲିସ୍‌ କହିଛି । ଏହାକୁ ନେଇ ଦଳିତ ସାହିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ୫୦ରୁ ଉଦ୍ଧ୍ୱର୍ ଦଳିତ ପରିବାର ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । କେତେକ ରାଜନୈତିକ ବ୍ୟକ୍ତି ଏହା ଦୁର୍ଘଟଣା ଘଟିଥିବା କହି ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କାରୀ ମଧ୍ୟ ପ୍ରକାଶ କରିଛନ୍ତିା ଯାହାକୁ ନେଇ ଯୁବକଙ୍କ ପରିବାରରେ ଚୁଲି ଜଳୁନାହିଁ । ସରକାର ଗରୀବଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପ୍ରକ୍ରିିୟା କରିଥିବା ବେଳେ ଏପରି କାହିଁକି ହେଉଛି ବୋଲି ଦଳିତ ବ୍ୟକ୍ତିମାନେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡା ବିଜ୍ଞାପିତ ଅଂଚଳ ପରିଷଦ ୨ନଂ ୱାର୍ଡ ଦକ୍ଷିଣସାହି ଗ୍ରାମର ବଳରାମ ଭୋଇଙ୍କ ପୁତ୍ର ବିଷ୍ଣୁଚରଣ ଭୋଇ ଓରଫ ଟେରାଙ୍କ ସହିତ ଦହିଜଙ୍ଗ ଦଳିତ ସାହି ଜୈନିକା ଯୁବତୀଙ୍କ ସହିତ ପ୍ରେମ ସଂପର୍କ ରହିଥିଲା । ଅନେକ ସମୟରେ ଯୁବତୀ ବଳରାମ ସହିତ ବିଭିନ୍ନ ସ୍ଥାନ ବୁଲିବାକୁ ଯାଉଥିଲେ । ଯୁବତୀ ଦିନେ ରାତିରେ ବିଷ୍ଣୁକୁ ଫୋନ୍‌ କରି ଘରକୁ ଡକାଇଥିଲେ । ସକାଳୁ ବିଷ୍ଣୁଙ୍କ ସନ୍ଧିଗ୍ଧ ମୃତ ଶରୀର ପିପିଲି ନିମାପଡା ମୁଖ୍ୟରାସ୍ତା ଦହିଜଙ୍ଗ ପୋଲ ତଳୁ ମିଳିଥିଲା । ପୋଲିସ୍‌ ଓ ଜିଲ୍ଲା ସାଇଣ୍ଟଫିକ୍‌ଟିମ୍‌ ପହଞ୍ଚି ତଦନ୍ତ କରିଥିଲୋ ମୃତ ଯୁବକଙ୍କ ପିତା ବଳରାମ ଭୋଇଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ୩୦୨ ହତ୍ୟାକାଣ୍ଡ ଦଫାରେ ଏକାଧିକ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଥିଲା । ୧୫ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍‌ ପକ୍ଷରୁ ତତ୍ପରତା ପ୍ରକାଶ ନପାଇବାରୁ ଏହାକୁ ଚପାଇଦେବା ପାଇଁ ରୀତିମତ ଉଦ୍ୟମ ଚାଲିଥିବା କୁହାଯାଉଛି । କେବେ ପୋଲିସ୍‌ ଅଭିଯୁକ୍ତମାନଙ୍କୁ ବାନ୍ଧିବ ତାହାକୁ ମୃତକଙ୍କ ପରିବାର ଚାହିଁ ବସିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!