Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
July 24, 2021
in Crime, State
ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ଅଭିଯୋଗ
48
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲାରେ ଖଣି ଚୋରି କିଛି ନୂଆ କଥା ନୁହେଁ। ପୂର୍ବରୁ ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହା କମିଶନ ଏହାର ତଦନ୍ତ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଖଣି ଚୋରି ହୋଇଥିବା ଅନୁଭବ କରି ହଜାର ହଜାର କୋଟି ଟଙ୍କାର ଜୋରିମାନା ନିର୍ଦେଶ ଦେଇଥିଲେ। କେତେକ କମ୍ପାନୀ ଜୋରିମାନା ଟଙ୍କା ଦେଇ ଥିବାବେଳେ ଆଉ କେତେକ ବର୍ତ୍ତମାନ ପର୍ୟ୍ୟନ୍ତ ଜୋରିମାନା ଟଙ୍କା ପୈଠ କରିନାହାନ୍ତି। ଏହା ସତ୍ତ୍ୱେ ମଧ୍ୟ କେନ୍ଦୁଝର ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମ କୁ ଉଲ୍ଲଂଘନ କରି ରାତିରେ ଟ୍ରକରେ ଲୁହାପଥର ଲୋଡ଼ କରିବା ନେଇ ଭିଡ଼ିଓ ଭାଇରାଲ ହୋଇଛି। ଶୁଆକାଠି ସ୍ଥିତ ଓଏମସି ଖଣିରେ ଡିଜିଏମ ଥିବା ବ୍ୟକ୍ତିଙ୍କୁ ଆରଏମ ଦାଇତ୍ୱ ଦିଆଯାଇଥିବାବେଳେ ସେ କେନ୍ଦୁଝର ଜିଲ୍ଲାର ଟ୍ରକ ମାଲିକଙ୍କୁ ବିଭିନ୍ନ ସମସ୍ୟାରେ ପକାଉଥିବା ବହୁ ଟ୍ରକ ମାଲିକ ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମ ବାହାନାରେ ଓଏମସି ଖଣିରେ ଚଳାଇଛନ୍ତି ଆତଙ୍କରାଜା। ସରକାରଙ୍କ ନିୟମକୁ ଭାଙ୍ଗି ସରକାରଙ୍କୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। ନିଜ ମନ ମୁତାବକ ନିୟମ କରି ଟ୍ରକ ମାଲିକଙ୍କ ଉପରେ ଲଦି ପକାଉଛନ୍ତି । କେତେବେଳେ ଖଣି ପରିସର ବାହାରେ ୫ରୁ ୭ କିଲୋମିଟର ଦୂରରେ ଜାତୀୟ ରାଜପଥରେ ଥିବା ଟ୍ରକକୁ କଳା ତାଲିକା ଭୁକ୍ତ କରୁଛନ୍ତି ତ କେତେବେଳେ ଖଣି ମଧ୍ୟରେ ସରକାରଙ୍କ ନିୟମ କୁ ଭଙ୍ଗ କରି ରାତିରେ ଟ୍ରକରେ ଲୁହାପଥର ବୋଝେଇ କରି ଗାଡିକୁ ବାହାରକୁ ପଠାଇ ଦେଉଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ସୂର୍ୟ୍ୟ ଉଦୟରୁ ସୂର୍ୟ୍ୟ ଅସ୍ତ ଯାଏଁ ଲୁହାପଥର ଲୋଡ଼ ହେବା କଥା। ହେଲେ ରାତିରେ କେଉଁ ସୂର୍ୟ୍ୟ ଉଦୟ ହୋଇଥିଲା ଯେ ଟ୍ରକରେ ଲୁହାପଥର ଲୋଡ଼ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟ୍ରକ ମାଲିକ । କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘରେ ପଞ୍ଜିକୃତ ଟ୍ରକ ମାଲିକଙ୍କ ପାଇଁ ଗୋଟିଏ ନିୟମ ଏବଂ ଶୁଆକାଠି ସ୍ଥିତ ଟ୍ରକ ମାଲିକ ସଙ୍ଘ ପାଇଁ ଅହେତୁକ ଅନୁକମ୍ପା ଦେଖାଇ ଯାଇଥିବା ଅଭିଯୋଗ କରିଛନ୍ତି ଟ୍ରକ ମାଲିକ ଜ୍ଝ

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!