ଗଞ୍ଜାମ, (ବାଘୁଆବାର୍ତ୍ତା): ଗଞ୍ଜାମରୁ ଗୁଜରାଟକୁ ଗଞ୍ଜେଇ ଚୋରା ଚାଲାଣ। ଓଡ଼ିଶାରୁ ଗଞ୍ଜେଇ ଚାଲାଣ ବେଳେ ଧରିଛି ଗୁଜରାଟ ପୁଲିସ। ଗଞ୍ଜାମରୁ ୩୨ବସ୍ତା ଗଞ୍ଜେଇ ସୁରଟ ଚାଲାଣ ହେଉଥିବା ବେଳେ ଗ୍ରାମୀଣ ପୋଲିସ ହାତରେ ଧରାପଡିଛି। ୩୨ ବସ୍ତାରେ ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୧୪ଲକ୍ଷ ଟଙ୍କା। ଗଞ୍ଜେଇ ମାଫିଆଙ୍କ ନିକଟରୁ ପୁଲିସ ମୋବାଇଲ ଫୋନ ଓ ୭ହଜାର ୫ଶହ ନଗଦ ଟଙ୍କା ଓ ସୁଜୁକି ବାଇକ ଜବତ କରିଛି। ଗଞ୍ଜାମ କେନ୍ଦୁପଦର ଅଞ୍ଚଳର ବିକାଶ ଗୌଡ ନାମକ ଜଣେ ୧୯ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ତେବେ ଅନ୍ୟ ୩ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି। ଗଞ୍ଜାମ କୋଦଳା ଅଞ୍ଚଳର ବାବୁ ନାହାକ, ବିକ୍ରମ ପରିଡା ଓ ଶିବରାମ ନାହାକ।