କାନପୁର (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶର କାନପୁରରେ ଜଣେ ମହିଳା ଡାକ୍ତରଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି । ସେ ଏକ ଆପାର୍ଟମେଣ୍ଟର ୯ ମହଲାରୁ ଖସି ପଡି ମୃତ୍ୟୁ ହୋଇଥିବା ଖବର ଆସିଛି । ସଦିଗ୍ଧ ଅବସ୍ତାରେ ହୋଇଥିବା ଏହି ମୃତ୍ୟୁରେ ଡାକ୍ତର ପତିଙ୍କ ନାଁରେ ଅଭିଯୋଗ ହୋଇଛି । ମହିଳାଙ୍କର ପିତାଙ୍କର ଅଭିଯୋଗ ମୁତାବକ ଡାକ୍ତର ପତି ନିଜ ସ୍ତ୍ରୀ ନାଁରେ ୪୦ ଲକ୍ଷ ଟଙ୍କାର ଲୋନ ନେଇଥିଲେ ଏବଂ ତାଙ୍କ ମାଧ୍ୟମରେ ଏହି ଲୋନ ଶୁଝିବା ପାଇଁ ସେ ସ୍ତ୍ରୀ ଉପରେ ଚାପ ପକାଉଥିଲେ । କିନ୍ତୁ ଯେବେ ସେ ଏହି ଲୋନ ଶୁଝିବାକୁ ମନା କରିଦେଲେ, ତ ପତି ନିଜ ଭାଇ ସହ ମିଶି ତାଙ୍କ ଝିଅକୁ ହତ୍ୟା କରିଦେଇଛନ୍ତି । ଏହି ମାମଲାରେ ଡାକ୍ତର ପତି ଓ ତାଙ୍କର ଭାଇ ବିରୁଦ୍ଧରେ ଏଫଆଇଆର ଦାଖଲ ହୋଇଛି । ଉଲ୍ଲେଖନୀୟ ଯେ, ଦେଢ଼ ବର୍ଷ ପୂର୍ବେ ସୁଶୀଲ ବର୍ମା ଓ ମଞ୍ଜୁଙ୍କର ବିବାହ ହୋଇଥିଲା । ଉଭୟ ହିଁ ପେଶାରେ ଡାକ୍ତର ଥିଲେ ଏବଂ କାନପୁରର ବିଠୁର ଅଞ୍ଚଳରେ ଏକ ରୁଦ୍ରା ଗ୍ରୀନ ଆପାର୍ଟମେଣ୍ଟରେ ରହୁଥିଲେ । ମୃତ ମହିଳାଙ୍କର ମାତା-ପିତା ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ କହି ପତି ଓ ତାଙ୍କର ଭାଇ ନାଁରେ ଯୌତୁକ ପାଇଁ ନିର୍ଯ୍ୟାତନା କରିବା ଅଭିଯୋଗ ଲଗେଇଛନ୍ତି । ଅନ୍ୟପଟ ମୃତ ମହିଳା ଡାକ୍ତରଙ୍କର ସ୍ୱାମୀ କହିଛନ୍ତି ସେ ଭାରସାମ୍ୟ ହରାଇ ରେଲିଂରୁ ଖସି ପଡିଥିଲେ । ସେପଟେ ମୃତ ମଞ୍ଜୁଙ୍କ ପିତା ଅର୍ଜୁନ ପ୍ରସାଦ ପତିଙ୍କ ଉପରେ ହତ୍ୟା ଅଭିଯୋଗ ଆଣି କହିଛନ୍ତି-ଆମକୁ ସେ ଧମକ ଦେଇଥିଲେ କି ଟଙ୍କା ଦିଅ । ଆମେ ଟଙ୍କା ନଦେଇ ପାରିବାରୁ ସେ ଝିଅ ନାମରେ ୪୦ ଲକ୍ଷ ଟଙ୍କାର ଲୋନ ଆଣିଲେ ଏବଂ ଆମକୁ ଏହାକୁ ଶୁଝିବାକୁ କହିଲେ । ଯେବେ ଆମେ ଟଙ୍କା ଶୁଝିବାକୁ ମନାକଲୁ ତ ସେ ଆମ ଝିଅକୁ ମାରି ଦେଲେ ।






