ଜଳେଶ୍ୱର, (ବାଘୁଆବାର୍ତ୍ତା): ଦୁଇ ମୋବାଇଲ ଚୋରକୁ ଧରି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ । ଘଟଣା ସ୍ଥଳରେ ପହଁଚି ଚୋରକୁ ଉଦ୍ଧାର କଲା ପୋଲିସ । ଏଭଳି ଏକ ଅଭାବନୀୟଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାର ଅଞ୍ଚଳରେ । ଶନିବାର ସକାଳ ସମୟରେ ଦୁଇ ଜଣ ଯୁବକ ଏକ ଟ୍ରକରୁ ୨ ଟି ମୋବାଇଲ ଚୋରି କରିଥିଲେ । ଏହା ଜାଣିପାରି ସ୍ଥାନୀୟ ଲୋକେ ବିଚ୍ ରାସ୍ତାରେ ଏକ ବିଦ୍ୟୁତ ଖୁଣ୍ଟରେ ଚୋର ୨ ଜଣକୁ ବାନ୍ଧି ଦେଇଥିଲେ । ଏହାପରେ ନିର୍ଦ୍ଧୁମ ଛେଚି ଥିଲେ ଏବଂ ବିଛୁଆତି ପତ୍ର ଲଗାଇ ଦେଇଥିଲେ । ଏହାପରେ ଚୋର ଦ୍ୱୟ ଜଣ ଚୋରି ମୋବାଇଲକୁ ଲୋକ ମାନଙ୍କୁ ଫେରସ୍ତ ଦେଇ ଥିଲେ । ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟଙ୍କୁ ଉଦ୍ଧାର କରି ଜଳେଶ୍ୱର ଥାନାକୁ ନେଇ ତଦନ୍ତ ଜାରି ରଖିଛି ।