Wednesday, September 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିଳାଙ୍କୁ ଶାଶୁ ଘରେ ବନ୍ଧୁକ ଧରି ସେଲଫି ନେବା ପଡିଲା ମହଙ୍ଗା: ଗୁଳି ବାଜି ଚାଲିଗଲା ଜୀବନ

by ସଞ୍ଜୟ ସ୍ୱାଇଁ
July 23, 2021
in Crime, NATIONAL NEWS
ମହିଳାଙ୍କୁ ଶାଶୁ ଘରେ ବନ୍ଧୁକ ଧରି ସେଲଫି ନେବା ପଡିଲା ମହଙ୍ଗା: ଗୁଳି ବାଜି ଚାଲିଗଲା ଜୀବନ
191
VIEWS
Share on FacebookShare on Twitter

ଶାହାବାଦ, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶ ହରଦୋଇ ଶାହାବାଦ ଥାନା ଅନ୍ତର୍ଗତ ଖଟାଜମଲଖାନରେ ଜଣେ ନବ ବିବାହିତା ବନ୍ଧୁକ ଧରି ସେଲଫି ନେବାବେଳେ ଗୁଳି ବାଜିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତକଙ୍କ ପିତା ରାକେଶ କୁମାର ଜ୍ୱାଇଁ ଆକାଶ, ଝିଅର ଶ୍ୱଶୁର ରାଜେଶ, ଶାଶୁ ପୁନମ ଏବଂ ଦେଢଶୁର ଉମଙ୍ଗଙ୍କ ବିରୋଧରେ ଯୌତୁକ ମାମଲାରେ ୨ ଲକ୍ଷ ଟଙ୍କା ଦାବି କରି ଝିଅକୁ ନିର୍ୟାତନା ଦେଇ ଓ ଗୁଳି କରି ହତ୍ୟା କରିଥିବା ମାମଲା ରୁଜୁ କରିଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଖଟାଜମଲଖାନ ବାସିନ୍ଦା ଆକାଶ ଗୁପ୍ତା ଦୁଇମାସ ପୂର୍ବରୁ ମାଧୋଗଞ୍ଜ ଅନ୍ନପୂର୍ଣ୍ଣା ନଗରର ରାକେଶ ଗୁପ୍ତାଙ୍କ ଝିଅ ରାଧିକାଙ୍କ ସହ ବିବାହ କରିଥିଲେ। ଦିନ ପ୍ରାୟ ୨ଟା ସମୟରେ ଶାଶୁ ଘରେ ବନ୍ଧୁକ ଧରି ସେଲଫି ନେଉଥିବା ବେଳେ ରାଧିକା ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଶାହାବାଦ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳି ରାଧିକାଙ୍କ ବେକରେ ବାଜିଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ସିଓ ସତେନ୍ଦ୍ର ସିଂ ଫୋରେନସିକ୍ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପୋଲିସ ବନ୍ଧୁକ ଏବଂ ରାଧିକାଙ୍କ ମୋବାଇଲ୍ ଜବତ କରିଛି। ଖବର ପାଇ ରାଧିକାଙ୍କ ପରିବାର ସଦସ୍ୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାମଲାରେ ମୃତକଙ୍କ ପିତା ରାକେଶ କୁମାର ମୃତକଙ୍କ ସ୍ୱାମୀ ଆକାଶ, ତାଙ୍କ ଶ୍ୱଶୁର, ଶାଶୁ ଏବଂ ଦେଢଶୁରଙ୍କ ବିରୋଧରେ ଯୌତୁକ ନିର୍ୟ୍ୟାତନା ମାମଲା ରୁଜ୍ଜୁ କରିଛନ୍ତି। ରାଧିକାଙ୍କ ପିତା ଅଭିଯୋଗ କରିଛନ୍ତି ଯେ ଯୌତୁକ ମାମଲାରେ ଶାଶୂଘର ଲୋକ ୨ ଲକ୍ଷ ଟଙ୍କା ଦାବି କରି ଝିଅକୁ ନିର୍ୟ୍ୟାତନା ଦେଉଥିଲେ ଏବଂ ଗୁଳି କରି ହତ୍ୟା କରିଛନ୍ତି। ଏଏସପି କହିଛନ୍ତି ଯେ ମାମଲାରେ ଏଫ୍ଆଇଆର୍ ରୁଜ୍ଜୁ କରି ସମସ୍ତ ତଥ୍ୟ ଉପରେ ବିସ୍ତୃତ ଯାଞ୍ଚ କରାଯାଉଛି ଏବଂ ଯାଞ୍ଚ ଆଧାର ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!