Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଶ୍ଳୀଳ ଭିଡିଓ ଚାଟିଂ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଲା, ଯୁବତୀଙ୍କ ବ୍ଲାକମେଲିଂରେ ଫସି ହରାଇଲେ ୨୫ ହଜାର ଟଙ୍କା

by ସଞ୍ଜୟ ସ୍ୱାଇଁ
July 22, 2021
in Crime, State
ଅଶ୍ଳୀଳ ଭିଡିଓ ଚାଟିଂ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଲା, ଯୁବତୀଙ୍କ ବ୍ଲାକମେଲିଂରେ ଫସି ହରାଇଲେ ୨୫ ହଜାର ଟଙ୍କା
164
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ଅନଲାଇନରେ ଯୁବତୀଙ୍କ ସହ ଅଶ୍ଳୀଳ ଭିଡିଓ ଚାଟିଂ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଫଳ ସ୍ୱରୂପ ୨୫ ହଜାର ଟଙ୍କା ହରାଇବାକୁ ପଡିଛି । ଯୁବତୀ ଜଣଙ୍କ ବ୍ଲାକ୍‌ମେଲିଂ କରି ପୁଣି ଟଙ୍କା ମାଗିବାରୁ ଶେଷରେ ଯୁବକ ଜଣଙ୍କ କିଛି ଉପାୟ ନପାଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ରାହୁଲ ମହନ୍ତ (ଛଦ୍ମନାମ) ଏକ ଘରୋଇ ଅଫିସରେ କାର୍ୟ୍ୟ କରନ୍ତି । ଗତ ସପ୍ତାହେ ତଳେ ଫେସବୁକ ଖୋଲୁଖୋଲୁ ଜଣେ ଯୁବତୀଙ୍କର ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଥିଲା । ପ୍ରୋଫାଇଲରେ ସୁନ୍ଦର ତରୁଣୀଙ୍କର ସଟ୍‌ ଡ୍ରେସ୍‌ ପିନ୍ଧା ଫଟୋ ଦେଖି ଯୁବକ ଜଣଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରି ଦେଇଥିଲେ । ଦୁଇ ଦିନ ପରେ ମ୍ୟାସେଞ୍ଜରରେ କଥାବର୍ତ୍ତା ଆରମ୍ଭ ହୋଇ ଯାଇଥିଲା । ପରେ ଦୁହେଁ ଦୁହିଁଙ୍କୁ ହ୍ୱାଟ୍ସଆପ୍‌ ନମ୍ବର ଦିଆନିଆ ହୋଇଥିଲେ । ଯୁବତୀଜଣଙ୍କ ପ୍ରଥମେ କିଛି ଅଶ୍ଳୀଳ ଫଟୋ ପଠାଇ ଯୁବକଙ୍କୁ ପ୍ରଲୋଭିତ କରିଥିଲେ । ଘରେ କେହି ନଥିବାର ସୁଯୋଗ ଦେଖି ଯୁବକ ଜଣଙ୍କ ତାଙ୍କ ସହ ଅଶ୍ଳୀଳ ଚାଟିଂ କରିଥିଲେ । ଯୁବତୀ ନିଜର ଉଲଗ୍ନ ଭିଡିଓ ସୁଟ୍‌ କରି ଯୁବତୀଙ୍କୁ ପଠାଇଥିଲେ । ଯୁବତୀ ମଧ୍ୟ ତାଙ୍କର କିଛି ନଗ୍ନ ଭିଡିଓ ପଠାଇଥିଲେ । ଏମିତି କଥାବାର୍ତ୍ତା ସମୟରେ ଯୁବତୀଜଣଙ୍କ ସ୍କ୍ରିନ ରେକର୍ଡିଂ କରି ନେଇଥିଲେ । ପରେ ଉକ୍ତ ଭିଡିଓ ଦେଖାଇ ଯୁବକଙ୍କୁ ବ୍ଲାକ୍‌ମେଲିଂ କରିଥିଲେ । ପ୍ରଥମେ ୧୦ ହଜାର ଏବଂ ପରେ ଆଉ ଦୁଇଟି କିସ୍ତିରେ ମୋଟ୍‌ ୨୫ ହଜାର ନେଇ ଯାଇଥିଲେ । ପୁଣି ଗତକାଲି ଯୁବତୀ ଜଣଙ୍କ ବ୍ଲାକମେଲିଂ କରି ଟଙ୍କା ମାଗିବାରୁ ଉପାୟ ଶୂନ୍ୟ ହୋଇ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!