Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୌମ୍ୟଙ୍କ ମୃତ୍ୟୁ ମାମଲାରୁ ହଟିବ କି ପରଦା

by ସଞ୍ଜୟ ସ୍ୱାଇଁ
July 22, 2021
in Crime, State
ସୌମ୍ୟଙ୍କ ମୃତ୍ୟୁ ମାମଲାରୁ ହଟିବ କି ପରଦା
125
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା ଅଡୁଆ ସୁତା ପରି ଦିନକୁ ଦିନ ଆହୁରି ଛନ୍ଦି ହେବାକୁ ଲାଗିଛି । ବର୍ତ୍ତମାନ ସୁଦ୍ଧା ପୋଲିସ ସୌମ୍ୟଙ୍କ ମୃତ୍ୟୁର କାରଣ ଜାଣିପାରିନଥିବା ବେଳେ ସନ୍ଦେହ ଘେରରେ ରହିଛି ୨ରୁ ୩ ଜଣଙ୍କ ନାଁ । ଏହାରି ମଧ୍ୟରେ ସୌମ୍ୟରଞ୍ଜନ ମୃତ୍ୟୁବରଣ କରିଥିବା ଘରକୁ ଆଜି କ୍ରାଇମବ୍ରାଞ୍ଚ ଯିବ । ପୋଲିସ ଉପସ୍ଥିତିରେ କ୍ରାଇମସିନର ତନାଘନା ହେବ । ଅନ୍ୟପଟେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ମିଳିତ ଜେରା କରିବ କ୍ରାଇମବ୍ରାଞ୍ଚ ଓ ପୋଲିସ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ ଡିଏଫଓଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା । ସେହିପରି ସୌମ୍ୟଙ୍କୁ ଆମ୍ବୁଲାନ୍ସରେ ନେଇଯାଉଥିବା ବେଳେ ଅଟକାଇଥିବା ମହିଳା ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା ହେବ । ଓଆଇସି ମମତା ପଣ୍ଡା ବିଦ୍ୟାଙ୍କ ସମ୍ପର୍କୀୟ ବୋଲି ସୂଚନା ମିଳିଛି । ଏହି ଦୁଇ ଅଧିକାରୀଙ୍କୁ ଜେରା ପାଇଁ ସୌମ୍ୟଙ୍କ ବାପା ଦାବି କରିଥିଲେ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ କିପରି ହେଲା, ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଛି । ମୃତ୍ୟୁର ବଳୟ ଡେଇଁ ପରକୀୟା ପ୍ରୀତି ଦିଗରେ ମୁହାଁଇବାରେ ଲାଗିଛି ଏହି ମାମଲା । ମାମଲାରେ କାହା କଥାରେ ତାଳମେଳ ରହୁନି । ସୌମ୍ୟଙ୍କ ପତ୍ନୀ ନିଜ ସ୍ୱାମୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିବା ବେଳେ ବିଦ୍ୟାଙ୍କ ପିତା ଜ୍ୱାଇଁଙ୍କୁ ଦେବତା ବୋଲି କହିଛନ୍ତି । କିନ୍ତୁ ସୌମ୍ୟଙ୍କ ପିତା-ମାତା ବୋହୂର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମୃତ୍ୟୁ ପୂର୍ବରୁ ସୌମ୍ୟ ସମ୍ପତ୍ତିର ଉଇଲ କରିଥିବା ମାମୁଁ କହିଛନ୍ତି । ପୁରା ମାମଲାରେ ଏବେ ସନ୍ଦେହ ଘେରରେ ରହିଛନ୍ତି ଗୁରୁଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!