Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘ ଛାଲ ଜବତ, ୪ ଜଣ ଗିରଫ

by ସଞ୍ଜୟ ସ୍ୱାଇଁ
July 22, 2021
in Crime, State
ବାଘ ଛାଲ ଜବତ, ୪ ଜଣ ଗିରଫ
44
VIEWS
Share on FacebookShare on Twitter

ରିଆମାଳ, (ବାଘୁଆବାର୍ତ୍ତା): ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ବନ ବିଭାଗ ପକ୍ଷରୁ ଏକ ବାଘଛାଲ ବିକ୍ରି ରାକେଟର ପର୍ଦ୍ଦାଫାସ କରାଯିବା ସହ ଏଥିରେ ସଂପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାସିମାଲ ନିକଟସ୍ଥ ଟୁଲୁପ ଗ୍ରାମର ମନୋହର ମାଝି(୪୫), ଗୁରୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଳ(୬୬), ନାକଟିଦେଉଳ ଥାନା ଶିମିଳିପାଳ ନିକଟସ୍ଥ ତିଲେଇମାଳ ଗ୍ରାମର ରାତିଆ କିଡୋ(୨୯) ଓ ଅଜିତ କୁମାର ଲାକ୍ରା(୩୦) । ରେଞ୍ଜର ମହେନ୍ଦ୍ର ସାହୁଙ୍କ ସୁଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଉକ୍ତ ବାଘ ଛାଲ ବିକ୍ରି ରାକେଟକୁ ଧରିବାର ଯୋଜନା ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ବାଘଛାଲ କିଣିବା ବାହାନା କରି ଅଭିଯୁକ୍ତଙ୍କୁ ରିଆମାଳ-ନାକଟିଦେଉଳ ରାସ୍ତା ସିନ୍ଦରକଲି ପାଖକୁ ଡକାଯାଇଥିଲା । ବାଘଛାଲ ଧରି ଚାରି ଅଭିଯୁକ୍ତ ଉକ୍ତ ସ୍ଥାନକୁ ୧୯ ତାରିଖ ଅପରାହ୍‌ଣ ୪ଟାରେ ଆସିଥିଲେ । ବାଘଛାଲ କିଣାବିକା ବାହାନାରେ କିଛି ସମୟ ଅଟକାଇ ରଖିବା ପରେ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବାଘଛାଲ ସହିତ ଅଭିଯୁକ୍ତଙ୍କୁ ଅଟକରଖି ରେଂଜ କାର୍ୟ୍ୟାଳୟକୁ ଆଣିଥିଲେ । ଗୋଟିଏ ଦିନ ଅଟକ ରଖି ଅଧିକ ପଚରାଉଚରା କରିଥିଲେ । ସେମାନେ ବାଘଟିକୁ ନାକଟିଦେଉଳ ରେଞ୍ଜ ଲାଣ୍ଡିମାଳ ରିଜର୍ଭ ଜଙ୍ଗଲରେ ଶିକାର କରିଥିଲେ ବୋଲି କହିଥିଲେ । ସେମାନଙ୍କୁ ଗିରଫ ପରେ ଆଜି ସଂଧ୍ୟା ୫ଟା ୩୦ରେ ରିଆମାଳ ଜେଏମଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନମିଳିବାରୁ ଜେଲହାଜତକୁ ପଠାଇଦିଆ ଯାଇଥିବା ଶ୍ରୀ ସାହୁ କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!