Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁରତରୁ ୭ ଲକ୍ଷ ଝାମ୍ପି ଓଡ଼ିଶା ଖସୁଥିଲେ

by ସଞ୍ଜୟ ସ୍ୱାଇଁ
July 22, 2021
in Crime, State
ସୁରତରୁ ୭ ଲକ୍ଷ ଝାମ୍ପି ଓଡ଼ିଶା ଖସୁଥିଲେ
124
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସୁରତ ବ୍ୟବସାୟୀଙ୍କଠାରୁ ଟଙ୍କା, ମୋବାଇଲ ଝାମ୍ପି ଓଡ଼ିଶା ଆସୁଥିବା ୭ ଲୁଟେରାଙ୍କୁ କାବୁ କଲା ପୁଲିସ୍‌ ପୁଲିସ୍‌। ଲୁଟ କରି ଓଡିଶା ଫେରୁଥିବା ବେଳେ ଟ୍ରେନ୍‌ରେ ହିଁ ସେମାନଙ୍କୁ କାବୁ କରିନେଲା ସୁରତ ପୁଲିସ୍‌। ସୁରତ ଅମରୋଲିର ହରିଶ ଗୋଣ୍ଡାଲିଆ ନାମକ ବ୍ୟବସାୟୀ ସାଢେ ୭ ଲକ୍ଷ ଓ ୩ଟି ମୋବାଇଲ ଧରି ଦୋକାନରୁ ଘରକୁ ଆସୁଥିଲେ । ତେବେ ଘରକୁ ଯିବା ବାଟରେ ଏକ ରେଲୱେ ଲେବଲ କ୍ରସିଂ ନିକଟରେ ଅଚାନକ ବାଇକ୍‌ରେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ ଓ ମୋବାଇଲକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ । ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲାର ଖୋଲତାଡ୍ କରିଥିଲା । ୮ ଲୁଟେରାଙ୍କ ମଧ୍ୟରୁ ୭ ଜଣ ଓଡ଼ିଶାର ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଲା। ମୋବାଇଲ ସର୍ଭିଲାନ୍ସ ଜରିଆରେ ସେମାନେ ତାପ୍ତି ଗଙ୍ଗା ଟ୍ରେନରେ ବସି ଗଞ୍ଜାମ ଅଭିମୁଖେ ଯାଉଥିବା ଜଣାପଡିଥିଲା । ଏହାପରେ ରେଲୱେ ପୁଲିସ୍‌ ସହ ଯୋଗାଯୋଗ କରି ରାୟପୁର ଷ୍ଟେସନରେ ସେମାନଙ୍କୁ କାବୁ କରାଯାଇଥିଲା । ଏହି ଘଟଣାରେ ୮ ଅଭିଯୁକ୍ତ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଶାର ୭ ଜଣ ସୁରତରୁ ଟ୍ରେନରେ ବସି ପୁରୀ ଏକ୍ସପ୍ରେସରେ ଓଡ଼ିଶା ଯାଉଥିଲେ। ସୁରତ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ରେଲୱେ ପୁଲିସ୍‌ ଓ ରେଲୱେ ପ୍ରୋଟେକ୍ସନ ଫୋର୍ସ ସହ ଯୋଗାଯୋଗ କରାଯାଇଥିଲା। ଛତିଶଗଡ଼ ଷ୍ଟେଶନରେ ସେମାନଙ୍କୁ କାବୁ କଲା ରେଲୱେ ପୁଲିସ୍‌। ଲୁଟ୍‌ ସାଢେ ୭ ଲକ୍ଷ ଟଙ୍କାରୁ ଲକ୍ଷେ ୨୫ ହଜାର ଟଙ୍କା ଜବତ ହୋଇଛି।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!