Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରିୟଙ୍କା ହତ୍ୟା ମାମଲାରେ ଜେଲ ଗଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ

by ସଞ୍ଜୟ ସ୍ୱାଇଁ
July 22, 2021
in Crime, State
ପ୍ରିୟଙ୍କା ହତ୍ୟା ମାମଲାରେ ଜେଲ ଗଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ
96
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ଭୁବନେଶ୍ୱର ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟା ମାମଲାରେ ଜେଲ୍ ଗଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ। ଜଗନ୍ନାଥକୁ କୋର୍ଟରେ ହାଜର କରାଯିବା ପରେ ଭୁବନେଶ୍ୱର ଝାରପଡ଼ା ଜେଲକୁ ପଠାଯାଇଛି। ଗତ ଜୁଲାଇ ୫ ତାରିଖରେ ଘଟଣାସ୍ଥଳରୁ ହାତକଟା ଅବସ୍ଥାରେ ଉଦ୍ଧାର ଅଭିଯୁକ୍ତ ଜଗନ୍ନାଥକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଡିସଚାର୍ଜ ହେବା ପରେ ଗିରଫ କରି ଏୟାର୍ଫିଲ୍ଡ ଥାନାରେ ଜେରା କରାଯାଇଥିଲା । ସେ ହିଁ ପ୍ରିୟଙ୍କାଙ୍କୁ ମର୍ଡର କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ପୁଲିସ କହିବା ଅନୁଯାୟୀ, ହତ୍ୟାକାଣ୍ଡର ୪ଦିନ ପୂର୍ବରୁ ଜଗନ୍ନାଥ ପ୍ରିୟଙ୍କାଙ୍କୁ ହତ୍ୟା କରିବା ପାଇଁ ସ୍ଥିର କରିସାରିଥିଲା ଜଗନ୍ନାଥ। ଆଉ ଏଥିପାଇଁ ପୂର୍ବ ଯୋଜନା ମଧ୍ୟ ସରିଥିଲା। ଦୋକାନରୁ ଛୁରି, ବିଷ, ଥଣ୍ଡା, ସିନ୍ଦୂର ଏପରିକି ଛୁଆ ପାଇଁ କିଣିଥିଲା ଚକୋଲେଟ୍, । ଏହା ସହିତ ହତ୍ୟା ପରେ ନିଜ ମଧ୍ୟ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିବାରୁ ଜଗନ୍ନାଥ ଏକ ଚିଠି ୪ଦିନ ପୂର୍ବରୁ ଲେଖି ରଖିଥିବା ପୁଲିସ ଆଗରେ କହିଛି। ଘଟଣା ଦିନ ସକାଳ ପ୍ରାୟ ୯ଟା ବେଳେ ରିଙ୍କିଙ୍କ ସ୍ୱାମୀ ଅଫିସ୍ ବାହାରିଯିବା ପରେ ପରେ ସେ ଭୀମଟାଙ୍ଗି ଲେନ୍‌-୧ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲା। ସେହି ସମୟରେ ରିଙ୍କି ଓ ତାଙ୍କ ପୁଅ ସାଙ୍ଗରେ ଥିଲେ। ଜଗନ୍ନାଥ ଉଭୟଙ୍କ ସହ ଏକ ସେଲ୍‌ଫି ନେଇଥିଲା। ଏହା ପରେ ସେ ପ୍ରିୟଙ୍କାଙ୍କୁ ତା’ ସହ ପଳାଇଯିବାକୁ ବୁଝାଇଥିଲା। ମାତ୍ର ପ୍ରିୟଙ୍କା ଅରାଜି ହେବାରୁ ଉଭୟଙ୍କ ମଧ୍ୟରେ କଳହ ବଢ଼ିଥିଲା। ଏହି ସମୟରେ ଭଡ଼ାଘର ମାଲିକ ତାଙ୍କ ଘରକୁ ଆସିଥିଲେ। କବାଟ ଠକ୍ ଠକ୍ ଶବ୍ଦ ଶୁଣି ଜଗନ୍ନାଥ ବାଥରୁମ୍‌କୁ ଯାଇ ଲୁଚିଯାଇଥିଲା। ଘର ମାଲିକ ପ୍ରିୟଙ୍କାଙ୍କୁ ଦହିବରା ଦେଇ କୁନି ପୁଅକୁ ନେଇଯାଇଥିଲେ। ଘର ମାଲିକ ଚାଲିଯିବା ପରେ ବାଥରୁମରୁ ବାହାରିଥିଲା ଜଗନ୍ନାଥ। ପରେ ରିଙ୍କିଙ୍କ ସହ ଝଗଡ଼ା କରିଥିଲା । ପ୍ରିୟଙ୍କାଙ୍କୁ ତାଙ୍କ ସାଥିରେ ଚାଲିଯିବାକୁ ବାଧ୍ୟ କରିଥିଲା ଜଗନ୍ନାଥ। ପ୍ରିୟଙ୍କା ରାଜି ନହେବାରୁ ତାଙ୍କ ସହ ଭୀଷଣ ଝଗଡ଼ା କରିଥିଲାପରେ ସେ ପ୍ରିୟଙ୍କାଙ୍କ ଗଳାକାଟି ହତ୍ୟା କରିବା ପରେ ତାଙ୍କୁ ଘୋଷାରି ଘୋଷାରି ଭିତର ଘରକୁ ନେଇଥିଲା। ସେଠାରେ ତାଙ୍କ ମଥାରେ ସିନ୍ଦୂର ଲଗେଇବା ସହ ତାଙ୍କ ଶବ ଫଟୋ ଉଠାଇ ହ୍ବାଟ୍‌ସଆପ୍‌ରେ ତାଙ୍କ ସ୍ୱାମୀ ପାଖକୁ ପଠାଇଥିଲା। ଏହାପରେ ସେ ସାଙ୍ଗରେ ଆଣିଥିବା କୋଲଡ୍ରିଙ୍କସରେ ବିଷ ମିଶାଇ ପିଇବା ସହ ନିଜ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ତେବେ ଘର ମାଲିକ ଦହିବରା ପାଇଁ ୩ ବର୍ଷର କୁନି ପୁଅକୁ ନେଇଯାଥିବାରୁ ସେ ବଞ୍ଚିଯାଇଥିଲା। ନଚେତ ସେଇ କୁନି ପୁଅକୁ ହତ୍ୟା କରିବାକୁ ଜଗନ୍ନାଥ ବି ଯୋଜନା କରିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!