ଭବାନୀପାଟଣା, (ବାଘୁଆବାର୍ତ୍ତା): ପଗୋଲାମୁଣ୍ଡା ଥାନା ସବ ଇନ୍ସପେକ୍ଟର ଉଗ୍ରସେନ ପୁଟେଲ ନଗଦ ୨ ଲକ୍ଷ ଟଙ୍କା ଲାଂଚ ନେଇଥିବା ଅଭିଯୋଗ ରେ ଭିଜିଲାନ୍ସ ଟିମ୍ ଦ୍ବାରା ଗିରଫ । ପୂର୍ବରୁ ଭିଜିଲାନ୍ସ ଟିମ୍ ନିକଟରେ ଲାଂଚ ଟଙ୍କା କାରବାର ସୁଚନା ରହିଥିଲା। ଗୋଲାମୁଣ୍ଡା ବଜାର ରୁ ତାଙ୍କ ବାଇକରେ ନଗଦ ଦୁଇ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ। ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ ଙ୍କ ନେତୃତ୍ଵ ରେ ନବରଂଗପୁର, କଳାହାଣ୍ଡି ,ନୁଆପଡା ଓ ମାଲକାନଗିରି ଭିଜିଲାନ୍ସ ଟିମ ଚଢ଼ାଉରେ ସାମିଲ ରହିଥିଲେ । କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦ ଙ୍କ ସୁଚନା। ନିର୍ଦ୍ଦିଷ୍ଟ ଭାବେ କେଉଁ ବାବଦରେ ଦୁଇ ଲକ୍ଷ ଟଙ୍କା ଲାଂଚ କାରବାର ହୋଇଥିଲା ତଦନ୍ତ ଜାରି ରଖିଛି ଭିଜିଲାନ୍ସ।






