Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଡିଏଫଓ ଓ ଓଆଇସିଙ୍କୁ ହେବ ପଚରାଉଚରା

by ସଞ୍ଜୟ ସ୍ୱାଇଁ
July 21, 2021
in Crime, State
ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ଡିଏଫଓ ଓ ଓଆଇସିଙ୍କୁ ହେବ ପଚରାଉଚରା
36
VIEWS
Share on FacebookShare on Twitter

ଗଜପତି, (ବାଘୁଆବାର୍ତ୍ତା): ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ସଠିକ୍ ଦିଗରେ ଚାଲିଛି ବୋଲି ଗଜପତି ଏସପି ତପନ ପଟ୍ଟନାୟକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡିଏଫଓଙ୍କ ବିରୋଧରେ ଅଭିଯୋଗ ରହିଛି । ଆବଶ୍ୟକ ସ୍ଥଳେ ଡିଏଫଓଙ୍କୁ ପଚରାଉଚରା କରାଯିବ । ବାରିପଦାରୁ ଟିମ୍ ଫେରିବା ପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର ହେବ । ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ହେବ କାର୍ୟ୍ୟାନୁଷ୍ଠାନ । ସେପଟେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଆମ୍ବୁଲାନ୍ସକୁ ଅଟକାଇଥିଲେ ସେନେଇ ଜେରା କରିବ ପୋଲିସ । ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତର ସବୁ ଦିଗକୁ ତର୍ଜମା କରିଥିବା ବେଳେ ବୁଧବାର ସକାଳୁ ଏହି ଟିମ୍ ଗଜପତି ଏସପିଙ୍କ ସହ ସାକ୍ଷାତ କରିଥିଲା । ଘଟଣା ଦିନଠାରୁ ଆଜି ପର୍ୟ୍ୟନ୍ତ ପୋଲିସ ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ କ’ଣ ତଥ୍ୟ ସଂଗ୍ରହ କରିଛି ଆଗାମୀ ତଦନ୍ତର ବିଭିନ୍ନ ଦିଗକୁ ନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସହ ଆଲୋଚନା କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ବର୍ତ୍ତମାନ ସୁଦ୍ଧା ବିଦ୍ୟାଭାରତୀଙ୍କୁ ଜେରା ପରେ କ’ଣ ତଥ୍ୟ ନେଇ ଫେରୁଛନ୍ତି ତାର ଅପେକ୍ଷାରେ ରହିଛି । ତେବେ ବୁଧବାର ତଦନ୍ତ ଅଧିକାରୀ ପହଞ୍ଚିବା ପରେ ଏହି ମାମଲାର ତଦନ୍ତ ଆଗକୁ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡ଼ିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି । ଅପରପକ୍ଷରେ ଗଜପତି ଏସପିଙ୍କ କହିବା ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରେ ସହାୟତା ପାଇଁ ଆସିଛନ୍ତି । ସବୁ ଦିଗକୁ ନେଇ ପୋଲିସ ତାର କାର୍ୟ୍ୟ କରୁଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!