ସୁନ୍ଦରଗଡ, (ବାଘୁଆବାର୍ତ୍ତା): ଦିନ ଦ୍ଵିପ୍ରହରରେ ଡାକ୍ତରଙ୍କ ଘରୁ ୫ ଲକ୍ଷ ଟଙ୍କା ଲୁଟ୍ । ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ସମ୍ମୁଖରେ ରହୁଥିବା ଡାକ୍ତରଙ୍କ ଘରୁ ଲୁଟ୍ । କବାଟ ଭାଙ୍ଗିବା ସହ ଲକର ଭାଙ୍ଗି ୫ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଡାକ୍ତର ଆକାଶ ଅଗ୍ରୱାଲ ସୁନ୍ଦରଗଡ ସରକାରୀ ଡାକ୍ତରଖାନାରେ ଦିନ ୧୨ଟାରେ ଡିୟୁଟି ପାଇଁ ଯାଇଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କ ଘରେ ପଶି ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୁଟେରାଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି ।





