Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘ ଛାଲ ଡିଲ ସମୟରେ ଏସଟିଏଫ ପଞ୍ଝାରେ ବନ୍ଧୁକ ସହ ଧରା ପଡିଲା ଶିକାରୀ

by ସଞ୍ଜୟ ସ୍ୱାଇଁ
July 21, 2021
in Crime, State
ବାଘ ଛାଲ ଡିଲ ସମୟରେ ଏସଟିଏଫ ପଞ୍ଝାରେ ବନ୍ଧୁକ ସହ ଧରା ପଡିଲା ଶିକାରୀ
60
VIEWS
Share on FacebookShare on Twitter

ବୌଦ୍ଧ, (ବାଘୁଆବାର୍ତ୍ତା): ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । ପୁଣି ଜଣେ ଶିକାରୀକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିରା ଗାଁ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ହର ରଣା ଓ ଘର କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗି ଗାଁରେ । ଡିଲ୍ ବେଳେ ହରକୁ ମାଡ଼ି ବସିଥିଲା ଏସଟିଏଫର ସ୍ୱତନ୍ତ୍ର ଟିମ୍ । ତାଙ୍କ ନିକଟରୁ କଲରାପତରିଆ ବାଘ ଛାଲ, ଗୋଟିଏ ଦେଶୀ ବନ୍ଧୁକ, ଗୁଳି ସମେତ ଅନ୍ୟାନ୍ୟ ଜିନିଷ ଜବତ ହୋଇଛି । ବିଶେଷସୂତ୍ରରୁ ବାଘ ଛାଲ ଡିଲ୍ ସମ୍ପର୍କରେ ଏସଟିଏଫକୁ ସୂଚନା ମିଳିଥିଲା । ଏହାପରେ କପାଶିଲା ଗାଁ ନିକଟରେ ମୂଲଚାଲ ବେଳେ ରେଡ୍ ହୋଇଥିଲା । ଜବତ ବାଘ ଛାଲର କେମିକାଲ୍ ପରୀକ୍ଷଣ ପାଇଁ ଡେରାଡୁନକୁ ପଠାଯିବ । ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି କି ? ରାଜ୍ୟ ବାହାରକୁ ଚାଲିଣ ହେଉଥିଲା କି ବାଘ ଛାଲ ? ଅଧିକ ଖୋଳତାଡ ଜାରି ରଖିଛି ଏସଟିଏଫ୍ । ଗତବର୍ଷେ ଭିତରେ ସ୍ପେଶାଲ୍ ଡ୍ରାଇଭ ଜରିଆରେ ଏସଟିଫ୍ ୧୫ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ ଜବତ କରିଛି । ୩ଟି ଜୀବନ୍ତ ବଜ୍ରକାପ୍ତା ବି ଉଦ୍ଧାର ହୋଇଛି । ମୋଟ୍ ୨୮ ଜଣ ବନ୍ୟପ୍ରାଣୀ ଅପରାଧୀଙ୍କୁ ଗିରଫ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!