Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚରିତ୍ରକୁ ସନ୍ଦେହ କରି ରକ୍ତମୁଖା ପାଲଟିଲା ସ୍ୱାମୀ

by ସଞ୍ଜୟ ସ୍ୱାଇଁ
July 21, 2021
in Crime, State
ଚରିତ୍ରକୁ ସନ୍ଦେହ କରି ରକ୍ତମୁଖା ପାଲଟିଲା ସ୍ୱାମୀ
462
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ସନ୍ଦେହ ସଜାଇଲା ସୈତାନ। ଚରିତ୍ରକୁ ସନ୍ଦେହ କରି ରକ୍ତମୁଖା ପାଲଟିଲା ସ୍ୱାମୀ। ଶ୍ୱଶୁର ଘରେ ପଶି ପତ୍ନୀକୁ ଫ୍ୟାନ ରଡରେ ପିଟିପିଟି ହତ୍ୟା କଲା ସ୍ଵାମୀ। ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ବାଜିଚୌକ ହାଉସିଂବୋର୍ଡ଼ରେ ଆଜି ସକାଳୁ ସକାଳୁ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ପରେ ଥାନାରେ ଆତ୍ମସମର୍ପଣ କଲା ସ୍ଵାମୀ। ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡକ୍ତରଖାନାକୁ ନେଇ ତଦନ୍ତ ଆରମ୍ଭ କରିଛି । ହାଉସିଂବୋର୍ଡ଼ ଅନ୍ତର୍ଗତ ପଙ୍କଜ ବେହେରା(୬୦)ଙ୍କ ଝିଅ ମମତା ମହାଳିକ(୩୦)ଙ୍କର ସଦର ବ୍ଲକ ଅନ୍ତର୍ଗତ ବଣସିଂହ ଗ୍ରାମର ସତ୍ୟବ୍ରତ ମହାଳିକ(୩୪)ଙ୍କ ସହ ଗତ ୧୦ ବର୍ଷ ତଳେ ବିବାହ ହୋଇଥିଲା। ସତ୍ୟବ୍ରତ ମହାଳିକ ଜଣେ ସାମରିକ କର୍ମଚାରୀ। ସତ୍ୟବ୍ରତ ସବୁବେଳେ ତାଙ୍କ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ମାରପିଟ୍ କରୁଥିଲେ। ପାରିବାରିକ ଝଗଡ଼ା କାରଣରୁ ଦୁହେଁ କିଛି ଦିନ ହେଲା ଅଲଗା ରହୁଥିଲେ । ମମତା ମହାଳିକ ନିଜ ବାପ ଘରେ ରହୁଥିବା ବେଳେ ଆଜି ସକାଳ ପ୍ରାୟ ୬ଟା ସମୟରେ ସତ୍ୟବ୍ରତ ନିଜ ଶ୍ୱଶୁର ଘର ହାଉସିଂବୋର୍ଡକୁ ଆସି ଅଚାନକ ମମତାଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ସତ୍ୟବ୍ରତ ଏକ ଫ୍ୟାନ ରଡରେ ମମତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ମମତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ସମୟରେ ମମତାଙ୍କର ପିତା ବିରୋଧ କରିବାରୁ ସତ୍ୟବ୍ରତ ତାଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି। ଫଳରେ ମମତାଙ୍କ ପିତାଙ୍କ ବାମ କାନରେ ଗଭୀର ଆଘାତ ଲାଗିଛି। ତେବେ ମମତାଙ୍କ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସେପଟେ ଏହି ହତ୍ୟାକାଣ୍ଡ ପରେ ସତ୍ୟବ୍ରତ ଟାଉନ ଥାନାରେ ଆତ୍ମସମର୍ପଣ କରିଛନ୍ତି। ତେବେ ସତ୍ୟବ୍ରତ ପୂର୍ବରୁ ମଧ୍ୟ ଏଭଳି ଆକ୍ରମଣ କରିଥିବା ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସର ନିଷ୍କ୍ରିୟତା କାରଣରୁ ମମତାଙ୍କ ବାପଘର ଲୋକେ ଢେଙ୍କାନାଳ ସହରରେ ରହୁଥିଲେ ବୋଲି ପ୍ରକାଶ କରିଛନ୍ତି ମମତାଙ୍କ ଭାଇ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!