Sunday, September 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିସି କାରବାରକୁ ନେଇ ଦୁଇ କନିଷ୍ଠ ଯନ୍ତ୍ରୀ ହେଲେ ସସପେଣ୍ଡ, ଚାଲିଥିଲା ବିଚାର କାହାର ଭାଗ କେତେ

by ସଞ୍ଜୟ ସ୍ୱାଇଁ
July 20, 2021
in Crime, State
ପିସି କାରବାରକୁ ନେଇ ଦୁଇ କନିଷ୍ଠ ଯନ୍ତ୍ରୀ ହେଲେ ସସପେଣ୍ଡ, ଚାଲିଥିଲା ବିଚାର କାହାର ଭାଗ କେତେ
40
VIEWS
Share on FacebookShare on Twitter

ନୂଆପଡ଼ା, (ବାଘୁଆବାର୍ତ୍ତା): ବିଲ୍‌ ପାସ୍‌ ପାଇଁ ହେଉଥିଲା ପିସି କାରବାର। କାହାର ଭାଗ କେତେ, କିଏ କେତେ ନେବ ସେ ନେଇ ରେଟ ଚାର୍ଟ ବି ପ୍ରସ୍ତୁତ ହୋଇଥିଲା। କାଗଜ କଲମରେ ସବୁ ହିସାବ କରିଥିଲେ ୨ ଜେଇ। ଆଉ ଠିକାଦାରଙ୍କୁ ଘରକୁ ଡାକି ଏ ସମ୍ପର୍କୀତ ତାଲିକା ବି ଦେଇଥିଲେ। ହେଲେ ଠିକାଦାର ଜଣକ ପୂରା ଘଟଣାର ଭିଡିଓ କରି ତାହାକୁ ଭାଇରାଲ କରିଦେଲେ। ଶେଷରେ ସସପେଣ୍ଡ ହେଲେ ୨ କନିଷ୍ଠ ଯନ୍ତ୍ରୀ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ରେ ପିସି କାରବାର ଘଟଣାର ଭିଡିଓ ଭାଇରାଲ ହେବା ପରେ ନିଆଯାଇଛି ଏପରି କାର୍ୟ୍ୟାନୁଷ୍ଠାନ। ସସ୍‌ପେଣ୍ଡ ହୋଇଥିବା ୨ ଜେଇ ହେଲେ ଉପେନ୍ଦ୍ର ତିହାଡ଼ି ଓ ନାରାୟଣ ସାହୁ। ଅଭିଯୋଗ ଅନୁସାରେ, ସିନାପାଲି ବ୍ଲକ୍‌ର କାପସି ଡଙ୍ଗରିପଡ଼ାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏକ କମ୍ୟୁନିଟି ସେଣ୍ଟର ତିଆରି ହୋଇଛି। ପ୍ରକଳ୍ପ ମୂଲ୍ୟ ରହିଛି ୫ ଲକ୍ଷ ଟଙ୍କା। ସେଥିରୁ କିଏ କେତେ ନେବେ ତାହାର ହିସାବ ହୋଇଥିଲା ଜେଇ ଉପେନ୍ଦ୍ର ତିହାଡ଼ିଙ୍କ ଘରେ। ଏଥିନିମନ୍ତେ ଏହି ବୈଠକ ବସିଥିଲା ଏବଂ ସେଠାରେ ରେଟ୍ ଚାର୍ଟ ବଖାଣିଥିଲେ ଆଉ ଜଣେ ଜେଇ ନାରାୟଣ ସାହୁ। କାଲକୁଲେଟରରେ ହିସାବକିତାବ ପରେ ଟଙ୍କା ଭାଗବଣ୍ଟା ବି ହୋଇଥିଲା। ସେଠାକୁ ଠିକାଦାର ଗୋପୀନାଥ ହଂସଙ୍କୁ ଘରକୁ ଡାକି ତାଲିକା ଦେବା ବେଳେ, ସେ ହିଁ ଏହି ଭିଡିଓ ରେକର୍ଡ କରିଥିଲେ। ଯେଉଁ ଭିଡ଼ିଓ ସାମ୍ନାକୁ ଆସିବା ପରେ ଭାଇରାଲ୍ ହେବା ସହ ଖୁବ୍‌ ଚର୍ଚ୍ଚାରେ ଥିଲା। ଏହାପରେ ଉଭୟଙ୍କୁ ସସ୍‌ପେଣ୍ଡ କରାଯାଇଥିବା ପିଡି ଡିଆରଡିଏ ସୂଚନା ଦେଇଛନ୍ତି। ଏଥିସହ ପିସି କାରବାରକୁ ରୋକିବାକୁ ଏଥର ସବୁଆଡ଼େ ଅନଲାଇନ୍‌ ଟ୍ରାନଜାକସନ୍‌ ହେବ ବୋଲି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!