ବାଲିପାଟଣା, (ବାଘୁଆବାର୍ତ୍ତା): ରାଜଧାନୀ ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣେ କାର୍ୟ୍ୟରତ ଡାକ୍ତର, ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଛନ୍ତି ଦୁଇ ଜଣ ଦୁବୃର୍ତ୍ତ । ଦୁବୃର୍ତ୍ତଙ୍କ ମାଡରେ ଡାକ୍ତର ରତିରଂଜନ ସ୍ଵାଇଁ ଆହାତ ହୋଇଛନ୍ତି । ମାଡ ମାରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୋମବାର ରାତ୍ରି ପ୍ରାୟ ୧୧ଟା ସମୟରେ ଡାକ୍ତର ତ୍ରିଲୋଚନ ସ୍ଵାଇଁ ମେଡିକାଲରେ ରେଗୀ ଚିକିତ୍ସା କରୁଥିଲେ । ଏହି ସମୟରେ ଅଠାର ଗ୍ରାମର ଚିତରଂଜନ ବେହେରାଙ୍କ ସ୍ଵାସ୍ଥ୍ୟ ସମସ୍ୟା ଥିବାରୁ ମେଡିକାଲ ଆସିଥିଲେ । ଡାକ୍ତର ରତିରଂଜନ ଏକ ଇଂଜେକ୍ସନ୍ ଦେବା ପାଇଁ ପ୍ରେସକ୍ରାଇବ୍ କରିଥିଲେ । କାର୍ୟ୍ୟରତ ନର୍ସ ସିଲା ସାହୁ ଇଂଜେକ୍ସନ୍ ଦେବାକୁ ଆସିବା ଭିତରେ କାହିଁକି ବିଳମ୍ବ ହେଉଛି ବୋଲି ଚିତରଂଜନ ଏବଂ ତାଙ୍କର ଜଣେ ସହଯୋଗୀ ପାଟିତୁଣ୍ଡ କରିଥିଲେ । ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ ସେମାନେ ଡାକ୍ତର ରତିରଂଜନ, ନର୍ସ ସିଲା ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ। ଦୁବୃର୍ତ୍ତଙ୍କ ମାଡରେ ତିନିଜଣ ଆହାତ ହୋଇଛନ୍ତି । ମାଡ ମାରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁଇ ଦୁବୃର୍ତ୍ତ । ଖବର ପାଇ ବାଲିପାଟଣା ପୋଲିସ୍ ମେଡିକାଲ ପରିସରରେ ପହଁଚି ତଦନ୍ତ ଜାରି ରଖିଛି।





