Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନଲାଇନରେ ହେଡ ଫୋନ ମଗାଇ ଠକାମିର ଶିକାର ହୋଇଛନ୍ତି, ଆକାଉଣ୍ଟରୁ ହରାଇଛନ୍ତି ୭୫ ହଜାର ଟଙ୍କା

by ସଞ୍ଜୟ ସ୍ୱାଇଁ
July 19, 2021
in Crime, State
ଅନଲାଇନରେ ହେଡ ଫୋନ ମଗାଇ ଠକାମିର ଶିକାର ହୋଇଛନ୍ତି, ଆକାଉଣ୍ଟରୁ ହରାଇଛନ୍ତି ୭୫ ହଜାର ଟଙ୍କା
93
VIEWS
Share on FacebookShare on Twitter

ଚନ୍ଦ୍ରଶେଖରପୁର, (ବାଘୁଆବାର୍ତ୍ତା): ଅନଲାଇନ କାରବାରକୁ ନେଇ ଫାଇଦା ଉଠାଉଛନ୍ତ ସାଇବାର ଠକ । ସାମାଜିକ ଗଣମାଧ୍ୟମରେ ମିଛ ବିଜ୍ଞାପନର ମୋହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ଏମିତି ଏକ ଠକାମିର ଶିକାର ହୋଇଛନ୍ତ ଚନ୍ଦ୍ରଶେଖରପୁର ବିଡିଏ କଲୋନୀର ଆକାଶ ଗଡ଼ନାୟକ । ଅନଲାଇନରେ ହେଡ୍‌ ଫୋନ୍‌ କିଣୁଥିବା ବେଳେ ତାଙ୍କ ଆକାଉଣ୍ଟରୁ ୭୫ ହଜାର ଠକି ନେଇଛନ୍ତି ସାଇବର ଠକ । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଆକାଶ ଅନଲାଇନ୍‌ ରେ କଲେଜର କ୍ଲାସ କରୁଥିବାରୁ ନୂଆ ହେଡ୍‌ ଫୋନର ଆବଶ୍ୟକତା ଥିଲା । ହେଡ୍‌ ଫୋନ୍‌ କିଣିବା ପାଇଁ ଗୁଡାଏ ସପିଂ ସାଇଟ୍‌ ଖୋଜା ଖୋଜି କରିଥିଲେ । ଏହି ସମୟରେ ଏକ ସପିଂ ସାଇଟ୍‌ରେ ହେଡ୍‌ ଫୋନ୍‌ ୫୦ ପ୍ରତିଶତ ରିହାତି ରହିଥିବା ଦେଖିବାକୁ ପାଇଥିଲେ । ସେଥିରୁ ୨ଟା ହେଡ୍‌ ଫୋନ୍‌ ବାଛିବା ପରେ ପେମେଣ୍ଟ କରିବାକୁ କୁହାଯାଇଥିଲା । ପ୍ରଥମେ ଆକାଶ ୧୨ ଶହ ଟଙ୍କା ପୂରଣ କରିବା ପରେ ତାଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା। ଓଟିପି ଦେବା ପରେ ସଙ୍ଗେ ସଙ୍ଗେ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୧୫ ହଜାର ପରେ ଦୁଇଟା କିସ୍ତିରେ ୩୦ ହଜାର ଲେଖାଏଁ ଦୁଇ ଥର କଟି ଯାଇଥିଲା । ଏତେ ଟଙ୍କା କଟିଯିବା ପରେ ତାଙ୍କ ହୋସ୍‌ ଉଡିଯାଇଥିଲା । ସପିଂ ସାଇଟରେ ଦିଆଯାଇଥିବା ନମ୍ବରରେ ଫୋନ୍‌ କରିଥିଲେ । ହେଲେ ନମ୍ବର ସୁଇଚ୍‌ ଅଫ୍‌ ଆସିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!