Sunday, July 19, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଗୁରୁତର

by ସଞ୍ଜୟ ସ୍ୱାଇଁ
October 23, 2021
in Crime, State
ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଗୁରୁତର
99
VIEWS
Share on FacebookShare on Twitter

ଭୁବନ, (ବାଘୁଆବାର୍ତ୍ତା): ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ , ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଗୁରୁତର । ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ । ବ୍ରାହ୍ମଣୀ ନଦୀ କୂଳରେ ଥିବା ମାର୍ଥାପୁର ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ କିଛି ମାସ ହେବ ସଂଘର୍ଷ ଲାଗି ରହିଥିଲା । ଯାହାକୁ ନେଇ ଗତ କାଲି ରାତିରେ ପରିସ୍ଥିତି ଭୟଙ୍କର ହୋଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ଯମୁନାକୋଟ ଗାଁର ସଂଜୀବ ବାରିକ, ସର୍ବେଶ୍ୱର ବାରିକ ଓ ଶିବ ପ୍ରସାଦ ବାରିକ ଗୁରୁତର ହୋଇ ଭୁବନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମାର୍ଥାପୁର ଗାଁରେ ଥିବା ଦୁଇ ଗୋଟି ବାଲିଘାଟକୁ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତିରେ ଗତ ଜୁଲାଇ ମାସରେ ନିଲାମ କରାଯାଇ ସୁକୁମାର ମିଶ୍ର ଓ ସୁବ୍ରତ ସାହୁଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ନଦୀରୁ ବାଲି ଉଠାଣ ବେଳେ ସୀମା ନିର୍ଦ୍ଧାରଣକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଥିଲା । ଯାହାକୁ ନେଇ ଗତ କାଲି ରାତିର ରକ୍ତପାତ ଦେଖିବାକୁ ମିଳିଛି । ଏ ନେଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!