Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମନୀଷ ହତ୍ୟା ମାମଲାର ଖିଅ ଖୋଜି ପୁଲିସ୍‌ ପହଞ୍ଚିଛି ସାଉଥ୍‌ ସିଟି ହୋଟେଲ୍‌ ବାର୍‌ରେ

by ସଞ୍ଜୟ ସ୍ୱାଇଁ
October 22, 2021
in Crime, State
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମନୀଷ ହତ୍ୟା ମାମଲାର ଖିଅ ଖୋଜି ପୁଲିସ୍‌ ପହଞ୍ଚିଛି ସାଉଥ୍‌ ସିଟି ହୋଟେଲ୍‌ ବାର୍‌ରେ
170
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମନୀଷ ଅନୁରାଗ ଦାସ ହତ୍ୟା ମାମଲାର ଖିଅ ଖୋଜୁ ଖୋଜୁ ପୁଲିସ୍‌ ପହଞ୍ଚିଛି ସାଉଥ୍‌ ସିଟି ହୋଟେଲ୍‌ ବାର୍‌ରେ। ଯେଉଁ ବାରରେ ସବୁ ନାଟକ ଆରମ୍ଭ ହୋଇଥିଲା, ତାହା ବେଆଇନ୍‌ ଭାବେ ଚାଲୁଥିଲା। ରାଜଧାନୀ ଭୁବନେଶ୍ୱର ଛାତି ଉପରେ ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ନିଜ ଭାଇଙ୍କ ନାଁରେ ବେଆଇନ୍‌ ଭାବେ ଚଳାଉଥିଲେ ବାର୍‌। ଖାଲି ବାର୍‌ ଚାଲୁନଥିଲା, କୋଭିଡ୍‌ ନିୟମର ଖୋଲା ଉଲ୍ଲଙ୍ଘନ କରି ବିଳମ୍ୱିତ ରାତି ପର୍ୟ୍ୟନ୍ତ ଜମୁଥିଲା ଭିଡ୍‌ ଓ ଉଡୁଥିଲା ଟଙ୍କା। ହେଲେ ଏକଥା ପାଖ ଥାନାର ଥାନାବାବୁ ଜାଣିପାରୁନଥିଲେ। ତେବେ ଏଠି ପ୍ରଶ୍ନ, ଥାନା ବାବୁ ଜାଣିପାରୁନଥିଲେ ନା ଜାଣି ଚୁପ୍‌ ରହୁଥିଲେ। ତେବେ ଆସନ୍ତୁ ପୂରା ଘଟଣା ଉପରେ ନଜର ପକାଇବା। ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅ ଅନୁରାଗ ସାଥୀମାନଙ୍କ ସହ ସାଉଥ୍‌ ସିଟି ହୋଟେଲ୍‌ ବାର୍‌କୁ ଯାଇଥିଲେ। ସେଠାରେ ବିଳମ୍ୱିତ ରାତି ପର୍ୟ୍ୟନ୍ତ ରହିଥିଲେ। ମାତ୍ର ବିଲ୍‌ ପୈଠ କରିନପାରିବାରୁ ବାର କର୍ତ୍ତୃପକ୍ଷ ତାଙ୍କୁ ଅଟକ ରଖିଥିଲେ। ପରେ ଟଙ୍କା ଦେବାରୁ ହୋଟେଲ୍‌ କର୍ତ୍ତୃପକ୍ଷ ଛାଡ଼ି ଥିଲେ। ଏହାକୁ ନେଇ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଯାହାଫଳରେ ମନୀଷଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଛି। ମନୀଷ ହତ୍ୟା ମାମଲାର ଖିଅ ଖୋଜି ଖୋଜି ପୁଲିସ ସାଉଥ୍‌ ସିଟି ହୋଟେଲ୍‌ ବାରରେ ପହଞ୍ଚିଥିଲା। ତଦନ୍ତରୁ ଜଣାପଡ଼ିଛି ବାର୍‌ ଲାଇସେନ୍ସ ସେପ୍ଟେମ୍ୱର ମାସରୁ ସରି ଯାଇଛି। ଏହା ସତ୍ତ୍ୱେ ସେଠାରେ ବିଳମ୍ୱିତ ରାତି ପର୍ୟ୍ୟନ୍ତ ଖୋଲୁଥିଲା ବାର୍‌। ଆଉ ଜମୁଥିଲା ମଉଜ ମଜଲିସ୍‌। ନାଚ ଗୀତରେ ମାତୁଥିଲେ ଯୁବକ ଓ ଯୁବତୀ। ବାର୍‌ ଗର୍ଲଙ୍କ ମୁଣ୍ଡ ଉପରେ ଉଡୁଥିଲା ବଣ୍ଡଲ ବଣ୍ଡଲ୍‌ ୧୦, ୨୦, ୫୦, ୫୦୦ ଟଙ୍କିଆ ନୋଟ୍‌। ତେବେ ସେହି ଟଙ୍କା ଅସଲି କି ନକଲି ଜଣାପଡ଼ି ନାହିଁ। ଆଜି ଅବକାରୀ ବିଭାଗ ଓ କମିଶନରେଟ୍‌ ପୁଲିସ ମିଳିତ ଭାବେ ସେହି ବାର୍‌ରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଟଙ୍କା ପଡ଼ିଥିବା ଦେଖି ତାଜୁବ ହୋଇଥିଲେ। ଏଥିସହ ବାର୍‌ରେ ଥିବା ବିପୁଳ ପରିମାଣର ମଦକୁ ଜବତ କରାଯାଇଛି। ବାର୍‌କୁ ସିଲ୍‌ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାର୍‌ର ଲିଜ୍‌ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ପ୍ରସନ୍ନ ବେହେରାଙ୍କ ଭାଇଙ୍କ ନାଁରେ ରହିଛି। ଆଉ ଲାଇସେନ୍ସ ପ୍ରଦ୍ୟୁମ୍ନ ଜେନାଙ୍କ ନାଁରେ ରହିଥିଲା। ସେ ବାର୍‌ ଚଳାଇ ପାରୁନଥିବାରୁ ଲିଜ୍‌ରେ ନେଇ ପ୍ରସନ୍ନ ଲିଜ୍‌ରେ ନେଇ ଭାଇ ନାଁରେ ଚଳାଉଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପ୍ରସନ୍ନଙ୍କୁ ନିଲମ୍ୱିତ କରାଯାଇଛି। ସେପଟେ ତମାଣ୍ଡୋ ଥାନା IIC ପ୍ରମୋଦ ପଟ୍ଟନାୟକଙ୍କୁ DCP ଅଫିସକୁ ବଦଳି କରାଯାଇଛି। ବାର୍‌ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କୁ ଥାନାରେ ଅଟକ ରଖାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!