Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାବାଳିକା ଝିଅକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରନ୍ତି ମା’

by ସଞ୍ଜୟ ସ୍ୱାଇଁ
July 19, 2021
in Crime, State
ନାବାଳିକା ଝିଅକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରନ୍ତି ମା’
306
VIEWS
Share on FacebookShare on Twitter

ଗୋପ, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ଗୋପ ଥାନାରେ ରବିବାର ସନ୍ଧ୍ୟାରେ ଜଣେ ନାବାଳିକା ନିଜ ମା’ଙ୍କ ନାମରେ ସଙ୍ଗିନ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ନାବାଳିକାଙ୍କ ମା’ ତାଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିବା ସହିତ ନିଜ ବାପାଙ୍କୁ ଶାବଳ ପକାଇ ମାରିଦେବା ପାଇଁ ଉଦ୍ୟମ କରିଥିବା କହିଛନ୍ତି । ନାବାଳିକାଙ୍କୁ କଟକ ଅଞ୍ଚଳର ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟା ଭୁବନେଶ୍ୱରରୁ ଉଦ୍ଧାର କରି ଗୋପ ଥାନାକୁ ଆଣିବା ପରେ ଗୋପ ପୁଲିସ୍‌ ଅଭିଯୋଗ ପାଇ ଘଟଣାର ତଦନ୍ତ ଆଗକୁ ନେବା ପୂର୍ବରୁ ନିଜ ମୁଣ୍ଡରୁ ବୋଝ ହଟାଇ ପୁରୀରେ ଥିବା ସୁଧାର ଗୃହରେ ନାବାଳିକାଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି । ଫଳରେ ଗୋପ ପୁଲିସ୍‌ର ପାରିବା ପଣିଆ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋପ ଥାନା ଅଞ୍ଚଳର ଏକ ଗ୍ରାମର ଜଣେ ମହିଳା ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ରହି ଘରୋଇ ହସ୍ପିଟାଲରେ ରୋଷେୟା ଭାବେ କାର୍ୟ୍ୟ କରୁଥିଲେ । ସାତ ବର୍ଷ ତଳେ ନିଜ ସ୍ୱାମୀଙ୍କୁ ଶାବଳ ପକାଇ ମାରିଦେବାକୁ ଉଦ୍ୟମ କରିଥିବାବେଳେ ସ୍ୱାମୀ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି । ମହିଳାଜଣଙ୍କ ନିଜେ କିଛି ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଝିଅ ଦେଖିବା ପରେ ନାବାଳିକା ଝିଅକୁ ମା’ପର ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସହିତ ଘରଭଡ଼ା ନେଇ ରହୁଥିବା ମାଲିକଙ୍କର ବାସନ ମଜାଇବା, ଲୁଗା ସଫା କରାଇବା, ଅନେକ ଅଶ୍ଳୀଳ କାର୍ୟ୍ୟରେ ନିୟୋଜିତ କରାଇବା ନେଇ ନାବାଳିକା ଅଭିଯୋଗ ଆଣିଛନ୍ତି । ନାବାଳିକ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସମ୍ବଲପୁର ଅଞ୍ଚଳର ଜଣେ ଯୁବକ ଓ ପାରାଦୀପର ସାଗର ବେଦାନ୍ତ ନାମକ ଜଣେ ଯୁବକ ସହିତ ଖରାପ ସମ୍ପର୍କ ରଖିବା ପାଇଁ ତାଙ୍କ ମା’ ବାଧ୍ୟ କରିଥିଲେ । ନାବାଳିକା ଜଣଙ୍କ ନିଜ ମା’ଠାରୁ ଶାରିରୀକ ମାନସିକ ନିର୍ୟାତନା ପାଇବା ପରେ ଘରୁ କୌଣସି ଉପାୟରେ ଖସିଆସି କଳ୍ପନାଠାରେ ରହିଥିବାବେଳେ କଟକ ମଙ୍ଗଳାବାଗ ଅଞ୍ଚଳର ଆଶ୍ୱସ୍ତି ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟ ରାଜଲକ୍ଷ୍ମୀ ମହାନ୍ତି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ସେ ଗୋପ ଥାନା ଅଞ୍ଚଳର ଏବଂ ତାଙ୍କ ପ୍ରତି ନିଜ ମା’ ଅମାନୁସିକ କାର୍ୟ୍ୟ କରିଥିବା ଜାଣିବାକୁ ପାଇଥିଲେ । ରାଜଲକ୍ଷ୍ମୀ ନାବାଳିକାଙ୍କୁ ଧରି ଗୋପ ଥାନାରେ ପହଞ୍ଚିବା ପରେ ଗୋପ ପୁଲିସ୍‌ କିଛି ସମୟ ଥାନାରେ ରଖି ବୟାନ ରେକର୍ଡ଼ କରିବା ପରେ ଥାନାର ମହିଳା ସବ୍‌ଇନସ୍ପେକ୍ଟର ପ୍ରିୟା ପ୍ରଧାନ ନାବାଳିକାଙ୍କୁ ପୁରୀ ସୁଧାର ଗୃହକୁ ଛାଡ଼ିବା ପାଇଁ ଯାଇଥିଲେ । ଜଣେ ନାବାଳିକା ଏତେବଡ଼ ସଙ୍ଗିନ ଅଭିଯୋଗ ଆଣିବା ପରେ କାହିଁକି ଗୋପ ପୋଲିସ୍‌ ଜିରୋ ଏଫ୍‌ଆଇଆର୍‌ ନକରି ନିଜ ମୁଣ୍ଡରୁ ବୋଝ ହଟାଇ ତାଙ୍କୁ କାହା ଅନୁମତିରେ ନେଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁରୀ ଜିଲ୍ଲା ଅତିରିକ୍ତ ଏସ୍‌ପି ମିହିର ପଣ୍ଡାଙ୍କୁ ପଚାରିବାରେ ସନ୍ଧ୍ୟା ହେବା ପରେ ଥାନାରେ ଜଣେ ନାବାଳିକାଙ୍କୁ ରଖିବା ଠିକ୍‌ ନୁହେଁ । ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ନିଆଯିବ ଏବଂ ଦୃଢ଼ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । କେହିବି ଜଣେ ଏହି ଘଟଣାରୁ ଖସିପାରିବେ ନାହିଁ । ଗୋପ ପୁଲିସ୍‌ ଜିରୋ ଏଫ୍‌ଆଇଆର୍‌ କରି ଖଣ୍ଡଗିରିକୁ ପଠାଇବା କଥା । କାହିଁକି କରିନାହିଁ ମୁଁ ତଦନ୍ତ କରୁଛି । ସେହିପରି ନିମାପଡ଼ା ଏସ୍‌ଡିପିଓ ଦେବାଶିଷ ମିଶ୍ରଙ୍କୁ ପଚାରିବାରେ ମାମଲା ରୁଜୁ କରାଯିବା କଥା । ତା ସହିତ ନାବାଳିକାର ସୁରକ୍ଷା ଦୃଷ୍ଟିରୁ ବା ଅଧିକ ତଦନ୍ତ ପାଇଁ ଥାନା ପକ୍ଷରୁ ଯାହା କରାଯାଇଥିବ ତାହା ଠିକ୍‌ ଥିବ । ମୁଁ ମଧ୍ୟ ତଦନ୍ତ କରୁଛି । ନିଶ୍ଚିତ ଭାବେ ଦୋଷୀଙ୍କୁ ଦଣ୍ଡ ଦିଆଯିବ । ଗୋପ ଥାନା ମହିଳା ସବ୍‌ଇନସ୍ପେକ୍ଟର ପ୍ରିୟା ପ୍ରଧାନଙ୍କୁ ପଚାରିବାରେ ଆମେ ତଦନ୍ତ କରିଛୁ । ବୟାନ ରେକର୍ଡ଼ କରିଛୁ । ସୋମବାର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ । ବୟାନ ରେକର୍ଡ଼ ପରେ ବିଚାରପତି ଯାହା ନିର୍ଦ୍ଦେଶ ଦେବେ ସେ ଅନୁସାରେ କାର୍ୟ୍ୟ କରାଯିବ ଏବଂ ସିଡବ୍ଲ୍ୟୁସି ପୁରୀଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!