Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ପରିବାରରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ସୁରକ୍ଷା ଦାବି ନେଇ ଏସପିଙ୍କ ଦ୍ୱାରସ୍ଥ

by ସଞ୍ଜୟ ସ୍ୱାଇଁ
October 22, 2021
in Crime, State
ଗୋଟିଏ ପରିବାରରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ସୁରକ୍ଷା ଦାବି ନେଇ ଏସପିଙ୍କ ଦ୍ୱାରସ୍ଥ
75
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ବାଙ୍କି ବେହେରା ସାହିର ଶଙ୍କର ନାୟକଙ୍କ ଘରେ ପଶି ୧୬ ତାରିଖରେ ତାଙ୍କୁ ଓ ତାଙ୍କ ପରିବାର ଉପରେ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ପରିବାରଙ୍କୁ ସୁରକ୍ଷା ପ୍ରଦାନ ନେଇ ଉକ୍ତ ପରିବାରର ସମସ୍ତ ସଦସ୍ୟ ଗଞ୍ଜାମ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଉକ୍ତ ପରିବାରର ସମସ୍ତ ସଦସ୍ୟ ଛତ୍ରପୁର ଆସି ଏସପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏସପିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ନିଜେ ଯାଇ ତଦନ୍ତ କରିବି ଏବଂ ଯିଏ ବି ଏଥିରେ ସମ୍ପୃକ୍ତ ଥିବା ତଦନ୍ତରେ ଜଣାପଡିବ ସମସ୍ତଙ୍କୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସିପି କହିଛନ୍ତି । ଏମାନଙ୍କ କହିବା ଅନୁଯାୟୀ, ପୂର୍ବ ଶତ୍ରୁତାକୁ ନେଇ ୧୬ତାରିଖ ସନ୍ଧ୍ୟାରେ ଶଙ୍କର ନାୟକଙ୍କ ଘରେ କେତେକ ଦୁର୍ବୃତ୍ତ ପଶି ତାଙ୍କୁ ଆକ୍ରମଣ ସହ ତାଙ୍କ ବାପା ବାବୁ ନାୟକ ଓ ଭାଇ ଶିବ ନାୟକଙ୍କୁ ଖଣ୍ଡା ଦ୍ବାରା ଆକ୍ରମଣ କରିଥିଲେ । ଏମାନଙ୍କୁ ଚିକିତ୍ସା ଲାଗି କବିସୂର୍ୟ୍ୟନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆକ୍ରମଣ ବେଳେ ହସ୍ତକ୍ଷେପ କରିବାରୁ ଗର୍ଭବତୀ ମହିଳା ଓ ଛୋଟ ପିଲାଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଶିବ ଏବେ ଭୁବନେଶ୍ବର ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଅତିରିକ୍ତ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଆକ୍ରମଣ ବେଳର ସମସ୍ତ ସିସିଟିଭି ଫୁଟେଜ ମଧ୍ୟ ଅତିରିକ୍ତ ଏସପିଙ୍କୁ ପରିବାରବର୍ଗ ଦେଖାଇଥିଲେ । ଏନେଇ ଆହତ ଶଙ୍କରଙ୍କ ପକ୍ଷରୁ କବିସୂର୍ୟ୍ୟଗର ଥାନାରେ ଏତଲା ଦିଆଯାଇଥିଲା । ଏଥିରେ ୬ ଜଣଙ୍କ ନାଁ ଉଲ୍ଲେଖ ରହିଥିଲେ ହେଁ ମାତ୍ର ୨ ଜଣଙ୍କ ଉପରେ ସାମାନ୍ୟ ଦଫା ଲଗାଇ ପୋଲିସ ଗିରଫ କରିଥିଲା ବୋଲି ଅଭିଯୋଗ ହୋଇଛି । ଏପରିକି ସିସିଟିଭି ଫୁଟେଜକୁ ମଧ୍ୟ ପୋଲିସ ନେଇନଥିଲା ବୋଲି ଅତିରିକ୍ତ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମୁଖ୍ୟ ଅଭିଯୁକ୍ତଙ୍କ ସହ ସମସ୍ତଙ୍କୁ ଗିରଫ କରାଯିବା ସହ ସୁରକ୍ଷା ଯୋଗାଇଦେବାକୁ ପରିବାରବର୍ଗ ନିବେଦନ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!