Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନିଷ ଅନୁରାଗ ମୃତ୍ୟୁ ମାମଲାରେ କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ

by ସଞ୍ଜୟ ସ୍ୱାଇଁ
October 22, 2021
in Crime, State
ମନିଷ ଅନୁରାଗ ମୃତ୍ୟୁ ମାମଲାରେ କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
71
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ମନିଷ ଅନୁରାଗ ମୃତ୍ୟୁ ମାମଲାରେ କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ। ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଡିସିପି ନିଲମ୍ବିତ କରିଛନ୍ତି। ବିଳମ୍ବିତ ରାତି ଯାଏଁ କର୍ଫ୍ୟୁ ନିୟମ ଉଲଙ୍ଘନ କରି ଡାନ୍ସ ବାର୍ ଚଳାଇବା ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭୁବନେଶ୍ୱର କମିଶନରେଟ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ । ଚାକିରୀରେ ଥାଇ ଡାନ୍ସ ବାର୍ ଚଳାଉଥିଲେ ପ୍ରସନ୍ନ। ସୂଚନାନୁଯାୟୀ, ମନିଷ ଅନୁରାଗଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲା ଭଗବାନପୁର ଶିଳ୍ପାଞ୍ଚଳର ସାଉଥ ସିଟି ହୋଟେଲ ଆଣ୍ଡ ବାର୍‌। ବାର୍‌ କାରବାରରେ ପୁଲିସ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିବା ପରେ କମିଶନରେଟ୍‌ ପୁଲିସ ଖୋଳତାଡ୍ କରିଥିଲା। କୋଭିଡ୍ କଟକଣା ଯୋଗୁଁ ରାଜଧାନୀର ସମସ୍ତ ବାର୍‌ ରାତି ୧୦ଟା ପରେ ବନ୍ଦ ରହୁଥିବା ବେଳେ ସାଉଥ୍ ସିଟି ବାର୍‌ ରାତିତମାମ ଖୋଲା ରହୁଥିଲା । ବିଳମ୍ବିତ ରାତି ପର୍ୟ୍ୟନ୍ତ ବାର୍‌ ଗାର୍ଲଙ୍କ ମତୁଆଲା ନାଚରେ ସମସ୍ତେ ମସ୍‌ଗୁଲ ରହୁଥିଲେ । ଏପରିକି ପୁଲିସ ବାବୁ ମଧ୍ୟ ନିଜେ ବାର୍‌ରେ ମତୁଆଲା ରହୁଥିଲେ। ଜଣେ ବାହୁବଳୀ ପୁଲିସ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ହୋଟେଲ ଏବଂ ବାର୍‌ ପରିଚାଳିତ ହେଉଥିଲା ବୋଲି ବିଭିନ୍ନ ଗଣାମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏହାପରେ ପୁଲିସ ଘଟଣାକୁ ଗମ୍ଭୀରତାର ସହ ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!