ଭଦ୍ରକ, (ବାଘୁଆବାର୍ତ୍ତା): ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରିଛି । ଯୁବତୀ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଭଦ୍ରକ ଆଗରପଡ଼ା ଥାନା ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଛାତ୍ରୀ । ନିଜ ଭଉଣୀ ରହୁଥିବା ଭଦ୍ରକ କଲେଜ ରୋଡ ସ୍ଥିତ ଏକ ଘରୋଇ ମେସକୁ ଆସି ରହୁଥିଲେ ପୁଷ୍ପାଞ୍ଜଳି । ଗତକାଲି କୌଣସି କାରଣରୁ ବିଳମ୍ବିତ ରାତିରେ ମେସ ରୁମରେ ଏକୁଟିଆ ଥିବା ବେଳେ, ବେକରେ ରଶି ଲଗାଇ ଆତ୍ମହତ୍ୟା କରି ଥାଇପରେ ବୋଲି ସନ୍ଦେହ କରାଯାଉଛି । ଆଜି ସକାଳୁ ପୁଷ୍ପାଞ୍ଜଳିଙ୍କର ଝୁଲନ୍ତା ମୃତଦେହ ଫାନରେ ଝୁଲୁଥିଲା । ଖବର ପାଇବା ପରେ ଟାଉନ୍ ଥାନା ଆଇଆଇସି ଉମାକାନ୍ତ ନାୟକ ଘଟଣାସୁଳରେ ପହଞ୍ଚି ଛାତ୍ରୀର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି । ବା ସହ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ପ୍ରେମ ପାଇଁ ଏଭଳି ଘଟଣା ଘଟି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁର ଅନ୍ୟ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି ବୋଲି ଆଇ
ଆଇ ସି ଶ୍ରୀ ନାୟକ କହିଛନ୍ତି।






