ଲମତାପୁଟ, (ବାଘୁଆବାର୍ତ୍ତା): ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ କୋରାପୁଟ ପୋଲିସର ବଡ ପଦକ୍ଷେପ । ଗୋଟିଏ ପଟେ ୨୪ ଘଣ୍ଟିଆ ନାକାବନ୍ଦୀ କରୁଥିବା ବେଳେ ଆଜିଠୁ ଆରମ୍ଭ କରିଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । କୋରାପୁଟ ଜିଲ୍ଲା ପାଡୁଆ ଥାନା ଗୋଡିପୁଟ ଜଙ୍ଗଲ ରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରୁଛି ପୋଲିସ । ପାଡୁଆ, କୋରାପୁଟ ପୋଲିସ, ଡିଭିଏଫ୍, ଅବକାରୀ ବିଭାଗ, ବନ ବିଭାଗ ଏବଂ କୋରାପୁଟ ଏବଂ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୧୦ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି । ଏହାର ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି । ଚଳିତ ବର୍ଷ ଅପରେସନ୍ ଗ୍ରୀନ୍ କ୍ଲିନ୍ ଓଡିଶାର ପ୍ରଥମେ ଆରମ୍ଭ କରିଛି କୋରାପୁଟ ପୋଲିସ । ପୂର୍ବରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ । ଗୁଇନ୍ଦା ବିଭାଗ ଡ୍ରୋନ୍ ସାହାଯ୍ୟରେ ଗଞ୍ଜେଇ ଚାଷ ହୋଇଥିବା ଜାଗାକୁ ଚିହ୍ନଟ କରିଛି । କଡା ସୁରକ୍ଷାରେ ଚଳିତବର୍ଷ ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିବା ଲକ୍ଷ ରଖିଛି ପୋଲିସ । ନନ୍ଦପୁର ଏସଡ଼ିପିଓ କହିକନ୍ତି ଏହି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ହେଲେ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ପଡିବ । ତେଣୁ ଶୁକ୍ରବାରଠାରୁ ଆରମ୍ଭ କରାଯାଇଛି ଅପରେସନ୍ ଗ୍ରୀନ୍ କ୍ଲିନ୍ । ଚଳିତ ବର୍ଷ ନନ୍ଦପୁର, ପାଡୁଆ ଏବଂ ଲମତାପୁଟ ଅଞ୍ଚଳରୁ ସମ୍ପୂର୍ଣ୍ଣ ଗଞ୍ଜେଇ ଚାଷ ନଷ୍ଟ କରାଯିବା ଲକ୍ଷ୍ୟ ରଖାଯାଇଛି । ମୂଳରୁ ଗଞ୍ଜେଇ ଚାଷ ନଷ୍ଟ କରିଲେ ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୂର୍ଣ୍ଣ ରୋକ ଲଗା ଯାଇପାରିବ ବୋଲି କହିଛନ୍ତି ।






