Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଆ ଆଡ୍ଡାରେ ଚଢ଼ାଉ କରି ୨ ଲକ୍ଷ ୩୨ ହଜାର ଟଙ୍କା ଜବତ କରିବା ସହ ୩୧ ଜଣଙ୍କୁ ଗିରଫ କରିଛି ପୋଲିସ

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
ଜୁଆ ଆଡ୍ଡାରେ ଚଢ଼ାଉ କରି ୨ ଲକ୍ଷ ୩୨ ହଜାର ଟଙ୍କା ଜବତ କରିବା ସହ ୩୧ ଜଣଙ୍କୁ ଗିରଫ କରିଛି ପୋଲିସ
119
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ବଡ଼ ସଫଳତା । ବେଆଇନ ଜୁଆ ଆଡ୍ଡାରେ ଚଢ଼ାଉ କରିଛି ପୋଲିସ । କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ବେଳେ ବାଲିମେଳା ସହରର ଦୁଇଟି ସ୍ଥାନ ସହ କୁଡୁମୁଲୁଗୁମା ଅଞ୍ଚଳରେ ଚଢ଼ାଉ କରି ଜୁଆଡ୍ଡିଙ୍କୁ ଗିରଫ କରିଛି । ଚଢ଼ାଉ ବେଳେ ପୋଲିସ ୨ ଲକ୍ଷ ୩୨ ହଜାର ୭୮୦ ଟଙ୍କା ଜବତ କରିବା ସହ ୩୧ ଜଣଙ୍କୁ ଗିରଫ କରିଛି । ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ନେଇ ପୋଲିସ ପାଖରେ ଖବର ପହଞ୍ଚିଥିଲା । ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦ୍ବିବେଦୀ ଏବଂ ଓର୍କେଲ ଥାନା ଅଧିକାରୀ ଜୋନ ଖୁଜୁରଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ ବାଲିମେଳା ସହରର ଦୁଇଟି ସ୍ଥାନ ଓ କୁଡୁମୁଳୁଗୁମା ଅଞ୍ଚଳର ଗୋଟିଏ ସ୍ଥାନ ଚଢ଼ାଉ କରିଥିଲେ । ବାଲିମେଳା ସହରର ଗୋଟିଏ ସ୍ଥାନରୁ ୨୦ ଜଣ, ଅନ୍ୟ ଏକ ସ୍ଥାନରୁ ୬ଜଣ ଓ କୁଡୁମୁଲୁଗୁମା ଅଞ୍ଚଳରୁ ୫ ଜଣଙ୍କୁ ମିଶାଇ ମୋଟ ୩୧ ଜଣଙ୍କୁ ପୋଲିସ ଗିରଫ କରିଥିଲା । ପୋଲିସ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!