ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଖୋଜ ହେବାର ମାସେ ବିତିଲାଣି । ବର୍ତ୍ତମାନ ପର୍ୟ୍ୟନ୍ତ ବୋଲଗଡ ପୋଲିସ କୌଣସି ସନ୍ଧାନ ପାଇପାରୁନି। ବୁଧବାର ପୀଡିତାଙ୍କ ପରିବାର ଲୋକେ ଖୋର୍ଦ୍ଧା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ସେପ୍ଟେମ୍ବର ମାସ ୨୨ ତାରିଖରେ ନାବାଳିକା ଟ୍ୟୁସନ ଯାଇ ଫେରିନଥିଲେ । ବିଳମ୍ବତ ସମୟ ପର୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଏନେଇ ବୋଲଗଡ ଥାନାରେ ଅଭିଯୋଗ କରିଥିଲେ । ତେବେ ଏସପିଙ୍କ ପ୍ରତିଶ୍ରୁତି ପରେ ପୀଡିତାଙ୍କ ପରିବାରବର୍ଗ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।






