ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ହୀନ ନାୟକ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ହୁମର ସୁନାରି ତୋଟା ନିକଟରେ ଠାବ ହୋଇଛି ଯୁବକଙ୍କ ଝୁଲନ୍ତା ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ହୀନ ନିଜ ଶ୍ୱଶୁର ଘରେ ବହୁ ବର୍ଷ ହେଲା ରହିଆସୁଥିଲେ । ଗତକାଲି ଠାରୁ ହୀନ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ଗୁରୁବାର ତାଙ୍କର ମୃତଦେହ ସୁନାରି ତୋଟା ନିକଟ କିଆ ଗଛରୁ ଠାବ ହୋଇଛି । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବାରିକ ଅଶାନ୍ତିରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହୀନଙ୍କ ନିଜ ଘର ଚମାଖଣ୍ଡି ଥାନା ଅଧିନ ସୀତାନଗର । ବିବାହ ପରଠାରୁ ସେ ଶ୍ୱଶୁର ଘରେ ରହିଆସୁଥିଲେ ।






