Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମମିତା ମେହେର ହତ୍ୟା ଘଟଣାର କ୍ରାଇମ୍ ସ୍ପଟ୍‌ରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ତଦନ୍ତ ଜାରି

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
ମମିତା ମେହେର ହତ୍ୟା ଘଟଣାର କ୍ରାଇମ୍ ସ୍ପଟ୍‌ରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ତଦନ୍ତ ଜାରି
110
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ଜାରି ରହିଛି । କ୍ରାଇମ୍ ସ୍ପଟ୍ ରେ ଉତ୍ତରାଞ୍ଚଳ ଡିଆଇଜି ଓ ଏସପି ପହଞ୍ଚିଛନ୍ତି । ଯେଉଁ ସବୁ ସ୍ଥାନକୁ ଗୋବିନ୍ଦ, ମମିତାଙ୍କୁ ନେଇକି ଯାଇଥିଲା ସେସବୁ ସ୍ଥାନରେ ଭେରିଫିକେସନ ଚାଲିଛି । ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରି ପୋଲିସ ଆଗରେ ଯାହା କହିଛନ୍ତି ସେସବୁ ସତ ନା ନାହିଁ ତାହା ତଦନ୍ତ କରିବେ ଡିଆଇଜି ଓ ଏସପି । ଟିଟିଲାଗଡ, ବଙ୍ଗୋମୁଣ୍ଡା, ସିନ୍ଧେକେଲା ସହ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ତଦନ୍ତ କରିବା ନେଇ ସୂତ୍ରରୁ ଜଣା ପଡ଼ିଛି । ସେପଟେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇକୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସୂଚନା ମିଳିଛି। ଅନ୍ୟପଟେ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନ ପକ୍ଷରୁ ଯାଞ୍ଚ ଜାରି ରହିଛି । ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ତହସିଲଦାର ସର୍ବେଶ୍ବର ଜାଲ ସ୍କୁଲର କାଗଜପତ୍ର ଯାଞ୍ଚ କରିଛନ୍ତି । ସ୍କୁଲର ଉପର ମହଲାରେ ପରିଚାଳିତ ହେଉଥିଲା ଯୁକ୍ତ ୩ କଲେଜ । ଏହାର ଆୟ ବ୍ୟୟ ଅଟକଳ ଯାଞ୍ଚ କରୁଛି ପ୍ରଶାସନ । ସେହିପରି ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପାଇଁ କେତେ ଟଙ୍କା ସରକାରୀ ଅନୁଦାନ ମିଳିଛି, ତାର ମଧ୍ୟ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ହେଲେ ଏପର୍ୟ୍ୟନ୍ତ ଯାଞ୍ଚ ଟିମ୍ କୁ ଚର୍ଚ୍ଚା ଚାଲିଥିବା କଲେଜର ଗୁପ୍ତ କୋଠରୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଯାଞ୍ଚ ଟିମ୍ ସହିତ କେଗାଁ ପୋଲିସ ମଧ୍ୟ ସାମିଲ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!