Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମମିତା ମର୍ଡର ମାମଲା: ୩ ଜଣ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଚାଲିଥିଲା ଟଣାଓଟରା

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
ମମିତା ମର୍ଡର ମାମଲା: ୩ ଜଣ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଚାଲିଥିଲା ଟଣାଓଟରା
705
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ସନସାଇନ ପବ୍ଲିକ୍‌ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ଓ ହତ୍ୟା ଘଟଣା ଉପରୁ ପରଦା ହଟିଛି । ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିବା ପରେ ପୋଡି ପୋତି ଦେଇଥିଲା । ନିଜ ବ୍ୟଭିଚାର ଓ ପରକୀୟାର ପ୍ରମାଣକୁ ଲୁଚାଇବା ପାଇଁ ସେ ପାଲଟିଗଲା ହତ୍ୟାକାରୀ । ନିଜ ପାପ ସାମ୍ରାଜ୍ୟର ପ୍ରମାଣ ଲୁଚାଇବାକୁ ଯାଇ ଆଉ ଏକ ଜଘନ୍ୟ କାଣ୍ଡରେ ଫିସିଗଲା । କିନ୍ତୁ ଏହି ଘଟଣା ପରେ ଗୋବିନ୍ଦର ଅନେକ ଗହନ କଥା ସାମ୍ନାକୁ ଆସିବାରେ ଲାଗିଛି । ଏକା ଗୋବିନ୍ଦ ତିନିଜଣ ଶିକ୍ଷୟିତ୍ରୀଙ୍କୁ ନଚାଉଥିଲା । ସନ୍‌ସାଇନ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ପଦ ପାଇଁ ତିନିଜଣଙ୍କ ମଧ୍ୟରେ ଚାଲିଥିଲା ଟଣାଓଟଣା । ମମିତା ଅଧ୍ୟକ୍ଷା ନହେଲେ ବି ଅଧ୍ୟକ୍ଷା ଭାବେ ସ୍କୁଲର ସମସ୍ତ ଦାୟିତ୍ୱ ମୁଣ୍ଡାଇଥିଲେ । କିନ୍ତୁ ତାଙ୍କୁ ପଦରୁ ହଟାଇ ନିଜେ ଅଧ୍ୟକ୍ଷା ହେବା ପାଇଁ ଆଉ ଦୁଇଜଣ ଶିକ୍ଷୟିତ୍ରୀ ବହୁ କସରତ କରୁଥିଲେ । ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଗୋବିନ୍ଦର ନିକଟତର ହେବାକୁ ବାରମ୍ବାର ଉଦ୍ୟମ କରୁଥିଲେ । ମମିତାର ସମସ୍ତ ଦୋଷ ଦୁର୍ବଳତା ଗୋବିନ୍ଦକୁ ଜଣାଉଥିଲେ । ଏପରିକି ଲକଡାଉନ ପରେ ସ୍କୁଲ ଖୋଲିଲେ ମମିତାକୁ ହଟାଇ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷା କରିବାର ଥିଲା । ମାତ୍ର ମମିତା ସେ ଯୋଜନା ସମ୍ପର୍କରେ ଜାଣିପାରି ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ଗୋବିନ୍ଦର କଳାକାରନାମା ସମ୍ପର୍କରେ କହିଥିଲେ, କିଛି ପ୍ରମାଣ ବି ଦେଖାଇଥିଲେ । ସେ ସବୁ ଶିକ୍ଷୟିତ୍ରୀଙ୍କ ସହିତ ଖେଳୁଛି ବୋଲି ବୁଝାଇବା ପରେ ତିନିଜଣଯାକ ମିଶିଯାଇଥିଲେ । ସମସ୍ତେ ମିଶି ଗୋବିନ୍ଦର ପର୍ଦ୍ଦାଫାସ କରିବାକୁ ଯୋଜନା କରିଥିଲେ । ସେମାନେ ମିଳିତ ଭାବରେ ଏକ ଫେସବୁକ୍‌ ଆଇଡି ଖୋଲି ସେଥିରେ ଗୋବିନ୍ଦର ଆପତ୍ତିଜନକ ଭିଡିଓ ଏବଂ ଫଟୋ ସବୁ ଛାଡ଼ିବାର ଧମକ ଦେଇଥିଲେ । ଗୋବିନ୍ଦ ଏସବୁ ଜାଣିବାପରେ ମାମଲାକୁ ଚତୁରତାର ସହିତ ହ୍ୟାଣ୍ଡେଲ କରିଥିଲା । ସହିତ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ବୁଝାଇବାରେ ସମର୍ଥ ହୋଇଥିବା ବେଳେ ମମିତାକୁ କିନ୍ତୁ ନିୟନ୍ତ୍ରଣକୁ ନେଇପାରିନଥିଲା । ଶେଷରେ ମମିତାଠାରୁ ବ୍ଲାକ୍‌ମେଲର ଶିକାର ହେବାପରେ ତାକୁ ରାସ୍ତାରୁ ହଟାଇ ଦେଇଥିବା ସେ ପୁଲିସ ଆଗରେ ପ୍ରକାଶ କରିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!