Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୁଟ କରିବାକୁ ଆସିଥିଲେ, ଅଧା ରାସ୍ତାରେ ଗାଡି ଏବଂ ଟଙ୍କା ଛାଡି ଖସି ଯାଇଥିଲେ ଲୁଟେରା

by ସଞ୍ଜୟ ସ୍ୱାଇଁ
October 21, 2021
in Crime, State
ଲୁଟ କରିବାକୁ ଆସିଥିଲେ, ଅଧା ରାସ୍ତାରେ ଗାଡି ଏବଂ ଟଙ୍କା ଛାଡି ଖସି ଯାଇଥିଲେ ଲୁଟେରା
178
VIEWS
Share on FacebookShare on Twitter

ଉଦଳା, (ବାଘୁଆବାର୍ତ୍ତା): ଲୁଟ କରିବାକୁ ଆସିଥିଲେ । ହେଲେ ବିଚ୍‌ ମାର୍କଟେ ମଝିରେ ଲୁଟ କରି ଖସିଯିବା ପଡିଲା ମହଙ୍ଗା । ଅଧା ରାସ୍ତାରେ ଗାଡି ଏବଂ ଟଙ୍କା ଛାଡି ଖସି ଯାଇଥିଲେ ଲୁଟେରା । ପୁଣି ରାସ୍ତାରେ ଲୋକଙ୍କ ହାବୁଡରେ ପଡି ଖାଇଲେ ନିସ୍ତୁକ ମାଡ ।ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଂଚଳରେ ଘଟିଛି ଏଭଳି ଘଟଣା। ଖବର ଅନୁଯାୟୀ, ବୁଧବାର ମଧ୍ୟାହ୍ନ ସମୟରେ ଖୁଣ୍ଟା ବଜାରରେ ଜଣେ ବ୍ୟବସାୟୀଙ୍କ ଗାଡିରୁ ଟଙ୍କା ଭର୍ତି ବ୍ୟାଗ ଲୁଟି ନେଇ ଦୁଇ ଲୁଟେରା ବାଇକରେ ଖସିଯାଇଥିଲେ । ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରିଥିଲେ । ହେଲେ କିଛି ବାଟ ଯିବା ପରେ ଧାନଘେରା କ୍ରସର ଛକରେ ଲୁଟେରା ମାନେ ଗାଡି ଏବଂ ଟଙ୍କା ଛାଡି ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ଖୁଂଟା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡି ଏବଂ ଟଙ୍କାକୁ ଜବତ କରିଥିଲା । ଏହା ପରେ ଲୁଟେରାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ୍‌ । ତେବେ ଲୁଟେରାମାନେ ଜଙ୍ଗଲ ଭିତର ରାସ୍ତା ଦେଇ ଧାନଘେରା ଗ୍ରାମର ରୁତେଇସାହି ଅଞ୍ଚଳରେ ପଶିଥିଲେ । ସେଠାରେ ସେମାନେ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡିଥିଲେ । ସ୍ଥାନୀୟ ଲୋକେ ଲୁଟେରାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ । ଯିଏ ଯେମିତି ପାରିଲା, ସେମିତି ମାରି ଚାଲିଲା । ଏହାପରେ ଲୁଟେରାଙ୍କୁ ଉଦଳା ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟଲୋକେ । ଖୁଂଟା ପୋଲିସ୍‌ ଦୁଇ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କର ଡାକ୍ତରୀ ମାଇନା କରାଇଛି । ସେପଟେ ବାଲେଶ୍ବର ଅଞ୍ଚଳର ଯୁବକଙ୍କ ଠାରୁ ଲୁଟ ହୋଇଥିବା ୧ ଲକ୍ଷ ୫୭ ହଜାର ଟଙ୍କା ପୋଲିସ୍‌ ତାଙ୍କୁ ହସ୍ତାନ୍ତର କରିଛି । ଏହି ଲୁଟେରାମାନଙ୍କ ଘର ଯାଜପୁର ଜିଲ୍ଲା ପୂର୍ବକୋଟ୍ ଅଂଚଳର ବୋଲି ଜଣାଯାଇଛି । ଲୁଟେରା ଦୁଇ ଜଣ ହେଲେ ଆଉଲ ଶିବା ଏବଂ ଆହୁଲା ଗଙ୍ଗା । ଏହି ଦୁଇ ଲୁଟେରା ପୂର୍ବରୁ ଉଦଳା, ବୈଶିଙ୍ଗା ଆଦି ଥାନା ଅଞ୍ଚଳରେ ବିଭିନ୍ନ ଲୁଟ ଏବଂ ଛିନତାଇରେ ସାମିଲ ଥିବା ପୋଲିସ୍‌ ସୁରାକ ପାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!