ଆଠଗଡ, (ବାଘୁଆବାର୍ତ୍ତା): ଆଠଗଡ ଥାନା ଅଞ୍ଚଳରୁ ଏଏଟିଏମ କ୍ୟାସ ଭ୍ୟାନ ଲୁଟ୍ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ବୌଦ୍ଧ ଥାନା ଅଞ୍ଚଳରୁ ଦୁଇଜଣ ଓ ନନ୍ଦନକାନନ ଅଞ୍ଚଳରୁ ଜଣେ ଅଭିଯୁକ୍ତ ଗିରଫ କରାଯାଇଛି । ଗତ ୧୨ ତାରିଖରେ ୩ଜଣ ଙ୍କୁ ଗିରଫ କରି ଆଠଗଡ଼ ପୋଲିସ୍ କୋର୍ଟ ଚାଲାଣ କରିଥିଲା। ଏବେ ସୁଦ୍ଧା ଘଟଣାରେ ସମ୍ପୃକ୍ତ ମୋଟ ୬ ଜଣ ଗିରଫ ହୋଇଥିବା ଆଠଗଡ଼ ଥାନା ଅଧିକାରୀ ସୂଚନା ଦେଇଛନ୍ତି।






