Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରିଥିଲା ନିର୍ବନ୍ଧ, ଭାବୀ ବରକୁ ମିଠା ମିଠା କଥା କହି ୩ ଲକ୍ଷ ଟଙ୍କା ଚୂନ ଲଗାଇ ଅନ୍ୟତ୍ର ବିବାହ କଲେ କନ୍ୟା

by ସଞ୍ଜୟ ସ୍ୱାଇଁ
July 19, 2021
in Crime, State
ସରିଥିଲା ନିର୍ବନ୍ଧ, ଭାବୀ ବରକୁ ମିଠା ମିଠା କଥା କହି ୩ ଲକ୍ଷ ଟଙ୍କା ଚୂନ ଲଗାଇ ଅନ୍ୟତ୍ର ବିବାହ କଲେ କନ୍ୟା
434
VIEWS
Share on FacebookShare on Twitter

ଭାପୁର, (ବାଘୁଆବାର୍ତ୍ତା): ଫତେଗଡ ଥାନା ଅଞ୍ଚଳରେ ବିବାହ ସ୍ଥିର ହେବା ପରେ ଭାବୀ ବରଠାରୁ କନ୍ୟା ୩ଲକ୍ଷ ଚୂନ ଲଗାଇ ଅନ୍ୟତ୍ର ବିବାହ କରିଛି । ଏ ନେଇ ବର ଘର ପକ୍ଷରୁ ଫତେଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୁଲିସ ସୂତ୍ରରୁ ପ୍ରକାଶ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଡାବରଧୁଆପାଟଣା ଗ୍ରାମର ପ୍ରଭାତ ପରିଡ଼ାଙ୍କ ପୁଅ ଚିନ୍ମୟ କୁମାର ପରିଡ଼ାଙ୍କ ସହିତ ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମର ବିନୋଦ ପ୍ରଧାନଙ୍କ ଝିଅ ସ୍ୱର୍ଣ୍ଣଲତା ପ୍ରଧାନଙ୍କ ସହିତ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ପରେ ଉଭୟ ପରିବାର ପରସ୍ପର ଘରକୁ ଯିବା ଆସିବା କରୁଥିଲେ । ଭାବୀ ବର ଓ କନ୍ୟା ମଧ୍ୟରେ ମୋବାଇଲରେ ମଧ୍ୟ କଥାବାର୍ତ୍ତା ଚାଲିଥିଲା । ଏହାର ସୁଯୋଗ ନେଇ ସ୍ୱର୍ଣ୍ଣଲତା ଚିନ୍ମୟଙ୍କଠାରୁ ୩ଲକ୍ଷ ଟଙ୍କା ଫୋନ୍‌ ପେ ମାଧ୍ୟମରେ ହାତେଇବାରେ ସଫଳ ହୋଇଥିଲା । ଚଳିତ ମାସ ଗତ ୧୨ ତାରିଖରେ ସ୍ୱର୍ଣ୍ଣଲତା ଅନ୍ୟତ୍ର ବିବାହ କରିଥିବା କୌଣସି ସୂତ୍ରରୁ ବର ଘର ଖବର ପାଇଥିଲେ । ପ୍ରଭାତଙ୍କ ପୁଅ ଚିନ୍ମୟ ଓ ସୌମ୍ୟ ରଞ୍ଜନ ମହାନ୍ତି ଏକ କାରରେ ମହୁଲପଡା ଗ୍ରାମକୁ ଯାଇ ଟଙ୍କା ଫେରସ୍ତ ଦେବାକୁ କହିଥିଲେ । ତେବେ କନ୍ୟା ଘର ଟଙ୍କା ଦେବା ବଦଳରେ ଚୋର ବୋଲି କହି ନିର୍ଦ୍ଧୁମ ମାଡ଼ ମାରିବା ସହ କାରଟିକୁ ଭଙ୍ଗାରୁଜା କରିଥିଲେ । ଏ ନେଇ ପ୍ରଭାତ ପରିଡା ଫତେଗଡ ଥାନାରେ ପ୍ରମୋଦ ପ୍ରଧାନ, ସୁଜାତା ପ୍ରଧାନ, ସ୍ୱର୍ଣ୍ଣଲତା ପ୍ରଧାନ, ସିଲି ପଲେଇ, ସୌଦାମିନୀ ଜେନା, ଶ୍ରଦ୍ଧାଞ୍ଜଳି ବହେରାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଫତେଗଡ ଥାନା ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲେ ମଧ୍ୟ ସମସ୍ତେ ଫେରାର ଥିବାରୁ କାହାରିକୁ ଗିରଫ କରିବାରେ ବିଫଳ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!