Sunday, June 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତୀୟ କ୍ରିକେଟ, ଖେଳାଳୀ ଚୟନ କରିବେ ଓଡିଆ ପୁଅ ଶିବ ସୁନ୍ଦର

by ସଞ୍ଜୟ ସ୍ୱାଇଁ
January 7, 2023
in Sports, State
ଭାରତୀୟ କ୍ରିକେଟ, ଖେଳାଳୀ ଚୟନ କରିବେ ଓଡିଆ ପୁଅ ଶିବ ସୁନ୍ଦର
233
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଆ ପୁଅ ଶିବ ସୁନ୍ଦର ଦାସଙ୍କୁ ଗୁରୁଦାୟିତ୍ୱ । ଏଥିର ଭାରତୀୟ କ୍ରିକେଟ ଟିମ୍ ବାଛିବେ ଶିବ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିବ ସୁନ୍ଦର ଦାସଙ୍କୁ ଭାରତୀୟ ବରିଷ୍ଠ ଚୟନକର୍ତ୍ତା ଟିମର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଇଷ୍ଟର୍ଣ୍ଣ ଜୋନରୁ ତାଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଓଡ଼ିଆ ପୁଅ ଶିବ ସୁନ୍ଦର ଏହି ଦାୟିତ୍ୱ ପାଇବା ପରେ ସବୁଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଶିବ ସୁନ୍ଦରଙ୍କ ପୂର୍ବରୁ ଚୟନତର୍ତ୍ତା କମିଟିରେ ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତି ସ୍ଥାନ ପାଇଥିଲେ । ଗତ ବର୍ଷ ନଭେମ୍ବରରେ କମିଟି ଭଙ୍ଗ ସହ ସେ ଚୟନକର୍ତ୍ତା କମିଟିରୁ ବହିସ୍କୃତ ହୋଇଥିଲେ । ସୂଚନାଥାଉକି ଆଜି ବିସିସିଆଇ ପକ୍ଷରୁ ଚୟନକର୍ତ୍ତା କମିଟିର ଘୋଷଣା କରାଯାଇଛି । ମୁଖ୍ୟ ଚୟନକର୍ତ୍ତା ଭାବେ ପୁଣିଥରେ ଚେତନ ଶର୍ମାଙ୍କୁ ନିଯୁକ୍ତି ମିଳିଛି । ସେହିପରି ସେଣ୍ଟ୍ରାଲ ଜୋନରୁ ପଶ୍ଚିମବଙ୍ଗର ସୁବ୍ରତ ବନାର୍ଜୀ, ୱେଷ୍ଟର୍ଣ୍ଣ ଜୋନରୁ ମହାରାଷ୍ଟ୍ରର ସଲିଲ ଅଙ୍କୋଲା ଏବଂ ସଦର୍ଣ୍ଣ ଜୋନରୁ ତାମିଲନାଡୁର ଶ୍ରୀଧରନ ଶରଥଙ୍କୁ ଚୟନକର୍ତ୍ତା ଭାବେ ନିଯୁକ୍ତି ଦିଆଯଆଇଛି । ଶିବ ସୁନ୍ଦର ଦାସଙ୍କ କ୍ୟାରିଅର୍ କଥା ଦେଖିବାକୁ ଗଲେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି । ରାଇଟ୍ ଆର୍ମ ବ୍ୟାଟର ଶିବସୁନ୍ଦର ୧୮୦ଟି ମ୍ୟାଚରେ ୩୯ ହାରର ୧୦,୯୦୮ ରନ୍ କରିଛନ୍ତି । ଏଥିରେ ୨୪ ଶତକ ଓ ୫୨ ଅର୍ଦ୍ଧଶତକ ସାମିଲ ରହିଛି । ଅପରାଜିତ ୩୦୦ ରନ୍ ତାଙ୍କର ସର୍ବୋଚ୍ଚ ସ୍କୋର । ଶିବ ସୁନ୍ଦର ଦାସ ଭାରତ ପକ୍ଷରୁ ୨୩ ଟି ଟେଷ୍ଟ ମ୍ୟାଚ୍ ଖେଳି ୩୫ ହାରରେ ୧୩୧୬ ରନ୍ କରିଛନ୍ତି । ଏଥିରେ ଦୁଇ ଶତକ ଓ ୯ ଅର୍ଦ୍ଧଶତକ ସାମିଲ ରହିଛି । ସେ ଭାରତ ପକ୍ଷରୁ ୪ ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବାରେ ଓଡ଼ିଶାର ତୃତୀୟ ଖେଳାଳି । ସେ ଶେଷଥର ପାଇଁ ୨୦୦୨ ମସିହା ମେ ୨୨ ତାରିଖରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥଇଲେ । ସେହିପରି ୨୦୨୨ ଡିସେମ୍ବର ୨୬ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!