Saturday, June 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ଚମ୍ପିୟାନ

by ସଞ୍ଜୟ ସ୍ୱାଇଁ
March 12, 2023
in Sports, State
ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ଚମ୍ପିୟାନ
52
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): ଚିଲିକା ବ୍ଲକର ଅଗ୍ରଣୀ କ୍ରିକେଟ୍ ସଂଗଠନ ଜୟ ମା ମଙ୍ଗଳା କ୍ରିକେଟ୍ କ୍ଲବ ପକ୍ଷରୁ ପଂଚୁ ପାଟିଆ ମା ମଙ୍ଗଳା ପଡିଆରେ ଚାଲିଥିବା ୨୦/୨୦ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇ ଯାଇଅଛି | ୭ ଦିନ ଧରି ଅନୁଷ୍ଠିତ ହେଉଥିବା ଟୁର୍ନାମେଣ୍ଟରେ ରାଜ୍ୟର ବହୁ ପ୍ରତିଷ୍ଠିତ ଦଳ ଏହି ଟୁର୍ନାମେଣ୍ଟରେ ଯୋଗ ଦେଇ ସେମାନଙ୍କର ଖେଳ ପ୍ରଦର୍ଶନ କରିଛନ୍ତି | ଏହି ଟୁର୍ନାମେଣ୍ଟରେ ପୁରୀ ଜିଲାର ଡଲଫିନ୍-୧୧,ସାତପଡାର ୟଙ୍ଗ ଷ୍ଟାର, ନାଚୁଣୀ ଫ୍ରେଣ୍ଡେସ୍ କ୍ଲବ, ନୟାଗଡ ଜିଲ୍ଲାର ରଣପୁର ମା ମଣିନାଗ କ୍ରିକେଟ୍ ଆସୋସିଏସନ, ମର୍ଣିଙ୍ଗ ଷ୍ଟାର ଟାଙ୍ଗୀ, ନିଉ ଷ୍ପୋର୍ଟିଙ୍ଗ କ୍ଲବ ଜରିପଡା ଓ ମା କାଳିଜାଇ କ୍ରିକେଟ୍ କ୍ଲବ ପାଣି ଦୁଆର ଆଦି ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ | ଆଜି ଉଦଯାପନୀ ଦିବସ ଖେଳରେ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ବିନିମୟରେ ମା କାଳିଜାଇ କ୍ରିକେଟ୍ କ୍ଲବ ପାଣି ଦୁଆର ୨୬୧ ରନ୍ ସଂଗ୍ରହ କରିଥିଲା |

ତାର ପ୍ରତି ଜବାବରେ ନିଉ ଷ୍ପୋର୍ଟିଙ୍ଗ୍ କ୍ଲବ ଜରିପଡା ୨୬୫ ରନ୍ ସଂଗ୍ରହ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା | ଚମ୍ପିଆନ ଦଳକୁ ୨୫ ହଜାର ଟଙ୍କା ସହ ଟ୍ରଫି ଓ ରନର୍ସ ଅପ୍ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା | ଆଜି ଉଦଯାପନୀ ଉତ୍ସବରେ ଅତିଥୀ ଭାବେ ପାରିକୁଦ ଗଡର ରାଜା ସନ୍ତୋଷ କୁମାର ସିଂ ଦେଓ, ସମାଜ ସେବୀ ସ୍ୱାଗତିକା ଜଗଦେବ, ଚିଲିକା ବ୍ଲକ ବିଜେଡି ସଭାପତି ଅସିତ୍ କୁମାର ନାଥ, ଯୁବ ବିଜେଡି ସଭାପତି ଆଲୋକ କୁମାର ନାୟକ, ଚିଲିକା ବ୍ଲକ ସାଂସଦ ପ୍ରତିନିଧୀ ପଠାଣି ସ୍ୱାଇଁ, ସମାଜ ସେବୀ ଦିଲିପ ପ୍ରଧାନ, ସୁଧାକର ମହାପାତ୍ର, ଚଣ୍ଡେଶ୍ୱର ଅର୍ଜୁନ ବିଶ୍ୱାଳ, ପଦ୍ମ ଚରଣ ନାୟକ, ଭଗବାନ ବିଶ୍ୱାଳ, ତପନ ବିଶ୍ୱାଳ, ବିଚିତ୍ର ସାମନ୍ତରାୟ ଓ ପାଣ୍ଡବ ମହାନ୍ତି ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରିବା ସହ ଉତ୍ସାହିତ କରିଥିଲେ | ଏହି ଖେଳରେ ଅମ୍ପେୟାର ଭାବେ ପିଣ୍ଟୁ ତରାଇ ଓ ଦେବାଶିଷ ଖଟାଇ ଖେଳ ପରିଚାଳନା କରିଥିଲେ | ଆୟୋଜକ ଦଳର ସଭାପତି ସୌମ୍ୟକାନ୍ତ ଖଟାଇ, ସଂପାଦକ ମଣ୍ଟୁ ତରାଇ, ବରିଷ୍ଠ ସଭ୍ୟ ଚନ୍ଦ୍ରକାନ୍ତ ବିଶ୍ୱାଳ, ବାଦଲ ମହାପାତ୍ର, ଅଂଶୁମାନ ତାରାଇ, ଶ୍ରୀତମ୍ ଦଳାଇ, ଜିତେନ୍ଦ୍ର ତରାଇ ଓ ଜିତେନ୍ଦ୍ର ଦଳାଇ ପ୍ରମୁଖ ଏଥିରେ ସହଯୋଗ କରିଥିଲେ |

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!