ନୟାଗଡ଼, (ବାଘୁଆବାର୍ତ୍ତା): ଡିସେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସର୍ବ ଭାରତୀୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ନୟାଗଡ଼ କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେବେ । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ୧୧.୩୦ ରୁ ପ୍ରତ୍ୟେକ ଦିନ ଖେଳ ଆରମ୍ଭ ହେବ । ନୟାଗଡ଼ ବିଧାୟକ ଡ.ଅରୁଣ ସାହୁଙ୍କ ନେତୃତ୍ୱରେ ଏହି ସର୍ବ ଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ କରାଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ସୁଚନା ମିଳିଛି । ଡିସେମ୍ବର ୧ ରେ ପାରାମାଉଣ୍ଟ ସ୍ପୋଟିଂ ଭୁବନେଶ୍ୱର ସହିତ ଏସବି ୧୧ ଭୁବନେଶ୍ୱର ସହିତ ମ୍ୟାଚ ଅନୁଷ୍ଠିତ ହେବ । ୨ ତାରିଖରେ ପୋଷ୍ଟାଲ ଓଡିଶା ବନାମ ରାମେଶ୍ୱର ସ୍ପୋଟିଂ ଭୁବନେଶ୍ୱର ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ୩ ତାରିଖରେ ରେଲୱେ ଓଡିଶା ବନାମ ୟୁନିୟନ ସ୍ପୋଟିଂ କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ୪ ତାରିଖରେ ରାଇଜିଂ ଷ୍ଟୁଡେଣ୍ଟସ କଟକ ବନାମ ନୟାଗଡ଼ ଜିଳ୍ଲା କ୍ରିକେଟ ଆସୋସିଏସନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ୫ ତାରିଖରେ ପ୍ରଥମ ସେମି ଫାଇନାଲ ଓ ୬ ତାରିଖରେ ଦ୍ୱିତୀୟ ସେମି ଫାଇନାଲ ଅନୁଷ୍ଠିତ ହେବ । ୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି ।






