Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧୋନିଙ୍କ ବିରୋଧରେ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
August 11, 2024
in NATIONAL NEWS, Sports
ଧୋନିଙ୍କ ବିରୋଧରେ ଅଭିଯୋଗ
143
VIEWS
Share on FacebookShare on Twitter

ଲକ୍ଷ୍ନୌ, (ବାଘୁଆବାର୍ତ୍ତା): ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ଏବେ ପୁଣି ଖବରକୁ ଆସିଛନ୍ତି। ବାସ୍ତବରେ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ବିସିସିଆଇ ଅଧିକାରୀଙ୍କ ନିକଟରେ କନଫ୍ଲିକ୍ଟ ଅଫ ଇଣ୍ଟ୍ରେଷ୍ଟ ଅଭିଯୋଗ କରାଯାଇଛି। ବିସିସିଆଇର ନିୟମ ୩୯ ଅନୁଯାୟୀ ବୋର୍ଡର ଇଥିକ୍ସ କମିଟିରେ ଏହି ଅଭିଯୋଗ ଦାଖଲ କରାଯାଇଛି। ଉତ୍ତରପ୍ରଦେଶର ଆମେଠି ଜିଲ୍ଲାର ବାସିନ୍ଦା ରାଜେଶ କୁମାର ମୌର୍ଯ୍ୟ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ୧୫ କୋଟି ଟଙ୍କା ଠକେଇ ମାମଲା ସହିତ ଜଡିତ। ଯାହାକି ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ଦ୍ୱାରା ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦାଖଲ କରାଯାଇଥିଲା। ବିସିସିଆଇର ଇଥିକ୍ସ କମିଟି ୩୦ ଅଗଷ୍ଟ ସୁଦ୍ଧା ଧୋନିଙ୍କଠାରୁ ଉତ୍ତର ମାଗିଛନ୍ତି। ଏହା ବ୍ୟତୀତ ରାଜେଶ କୁମାର ମୌର୍ଯ୍ୟଙ୍କୁ ୧୬ ସେପ୍ଟେମ୍ବର ସୁଦ୍ଧା ଉତ୍ତର ଦେବାକୁ କୁହାଯାଇଛି। ରାଞ୍ଚି ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏମଏସ ଧୋନି ଏକ ଠକେଇ ମାମଲା ଦାୟର କରିଥିଲେ। ଏଥିରେ ମିହିର ଦିୱାକରଙ୍କ ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୋମ୍ୟା ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। କୁହାଯାଇଥିଲା ଯେ ଭାରତୀୟ କ୍ରିକେଟରଙ୍କଠାରୁ ୧୫ କୋଟି ଟଙ୍କା ଠକେଇ କରାଯାଇଛି। ୨୦ ମାର୍ଚ୍ଚ ୨୦୨୪ରେ ଅନୁଷ୍ଠିତ ଶୁଣାଣିରେ ରାଞ୍ଚି ସିଭିଲ କୋର୍ଟ ଏହି ମାମଲାକୁ ସଠିକ୍ ବୋଲି ଜାଣିବାକୁ ପାଇଥିଲେ। ଯେଉଁଥିପାଇଁ ମିହିର ଦିୱାକର, ସୋମ୍ୟା ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡକୁ ଡକାଯାଇଥିଲା। ବିଶେଷକରି ମିହିର ଦିୱାକରଙ୍କ ବିରୋଧରେ ଧୋନି ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ କରିଥିଲେ। ଚୁକ୍ତିନାମା ୨୦୨୧ ମସିହାରେ ଶେଷ ହୋଇଯାଇଥିଲା, ତଥାପି ମିହିର ଦିୱାକରଙ୍କ କମ୍ପାନୀ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପାଇଭେଟ ଲିମିଟେଡ ତାଙ୍କ ନାମ ବ୍ୟବହାର ଜାରି ରଖିଥିଲେ। ଏହି ପରିପ୍ରେକ୍ଷୀରେ ଧୋନିଙ୍କ ଆଇନଜୀବୀ ଦିୟାନନ୍ଦ ସିଂ ଯୁକ୍ତି କରିଛନ୍ତି ଯେ ମିହିରଙ୍କ କମ୍ପାନୀ ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ଅନେକ ଏକାଡେମୀ ଖୋଲିଛି, କିନ୍ତୁ ଏହା ସତ୍ତ୍ୱେ ଧୋନିଙ୍କୁ ଲାଭର କୌଣସି ଅଂଶ ଦିଆଯାଇ ନାହିଁ। କୁହାଯାଇଥିଲା ଯେ ଏହି କାରଣରୁ ଧୋନି ପ୍ରାୟ ୧୫ କୋଟି ଟଙ୍କା କ୍ଷତି ସହିଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!