ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): କ୍ରିକେଟ ଫର୍ମାଟରୁ ପେସ ବୋଲର ବିନୟ କୁମାର ବିରାମ ନେବାର କିଛି ସମୟ ପରେ ତାଙ୍କ ପଛରେ କ୍ରିକେଟ ଜଗତର ଅଲରାଉଣ୍ଡର ୟୁସୁଫ୍ ପଠାନ ମଧ୍ୟ ବିରାମ ନେଇଥିବା ସୂଚନା ମିଳିଛି । ୟୁସୁଫ୍ ଭାରତ ପକ୍ଷରୁ ୫୭ ଟି ଦିନିକିଆ ଓ ୨୨ ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ନୂଆ ନୂଆ ଏଣ୍ଟ୍ରି କରିଥିବା ୟୁସୁଫ୍ ୨୦୦୭ ରେ ଖେଳା ଯାଇଥିବା ଟି-୨୦ ୱାଲର୍ଡକପ୍ ଫାଇନାଲରେ ପ୍ରଥମଥର ଭାରତ-ପାକିସ୍ତାନକୁ ଭେଟିଥିଲା । ଯେଉଁଥିରେ କି ଭଲ ପ୍ରଦର୍ଶନ କରିଥିଲେ । ସେ କହିଛନ୍ତି, ଯେଉଁଦିନ ମୁଁ ପ୍ରଥମଥର ଭାରତୀୟ ଦଳର ଜର୍ସି ପନ୍ଧିଥିଲି ସେହିଦିନ ଆଜି ବି ମନେ ଅଛି । ସେହିଦିନ ମୁଁ ଏକା ନୁହେଁ ମୋ ପରିବାର, କୋଚ, ସାଙ୍ଗସାଥି ଓ ପୂରା ଦେଶ ଏହି ଜର୍ସି ପିନ୍ଧିଥିଲା । କ୍ରିକେଟ ମୋତେ ସବୁକିଛି ଦେଇଛି । ବୋଲି କହି ଆଜି କ୍ରିକେଟର ସବୁ ଫର୍ମାଟରୁ ଭାରତୀୟ ଅଲରାଉଣ୍ଡର ୟୁସୁଫ୍ ପଠାନ୍ ଅଲବିଦା ଜଣାଇଥିବା ନେଇ ସେ ନିଜର ଟ୍ୱିଟର ପେଜରେ ପୋଷ୍ଟ କରିଥିବା ଜଣାପଡିଛି ।





