ଚେନ୍ନାଇ,(ବାଘୁଆବାର୍ତ୍ତା): ଚେନ୍ନାଇରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଧରାଶାୟୀ ହୋଇଛି ଇଂଲଣ୍ଡ । ୧୩୪ ରନରେ ଇଂଲଣ୍ଡ ଅଲଆଉଟ ହୋଇଥିବା ଭାରତ ୧୯୫ ରନରେ ଆଗୁଆ ରହିଛି । ସୂଚନାନୁସାରେ, ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଦମଦାର ୧୬୧ ରନରେ ଭାରତ ୩୨୯ ରନରେ ଅଲଆଉଟ ହୋଇଥିବା ବେଳେ ଇଂଲଣ୍ଡ ୧୩୪ ରନ କରି ଅଲଆଉଟ ହୋଇଛି । ଦ୍ୱିତୀୟ ଟେଷ୍ଟର ପ୍ରଥମ ସିଜିନ୍ରେ ଇଂଲଣ୍ଡର ଖେଳାଳୀ ଓି୍ୱକେଟ କିପର ବେନ୍ ଫୋକ୍ସ ସର୍ବାଧିକ ୪୨ ରନ କରି ଦଳକୁ ୧୩୪ ରନ୍ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ରବିନ୍ଦ୍ର ଅଶ୍ୱିନୀ ୪୩ ରନ ଦେଇ ୫ ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା, ଅକ୍ଷର ପଟେଲ ୨ଟି ଲେଖାଏଁ ଓ ମହମ୍ମଦ ସିରାଜ ୧ଟି ୱିକେଟ ନେଇଥିବା ଜଣାପଡ଼ିଛି । ଟେଷ୍ଟର ୩ୟ ସିଜିନରେ ଭାରତ ୧ ଟି ୱିକେଟ୍ ହରାଇ ୫୪ରନ୍ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୪୯ ରନ ଇଂଲଣ୍ଡ ଦଳକୁ ଲିଡ୍ ଦେଇଥିବା ଜଣାପଡିଛି ।





