Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ କ୍ରିକେଟ୍ କପ୍ -୨୦୨୧ ଉଦଯାପିତ; ଇଟାମାଟି ଚମ୍ପିୟାନ୍

by ସଞ୍ଜୟ ସ୍ୱାଇଁ
February 7, 2021
in Feature News
ନୟାଗଡ଼ କ୍ରିକେଟ୍ କପ୍ -୨୦୨୧ ଉଦଯାପିତ; ଇଟାମାଟି ଚମ୍ପିୟାନ୍
347
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସ୍ଥାନୀୟ ପୁଲିସ ପଡ଼ିଆରେ ନୟାଗଡ଼ କ୍ରିକେଟ୍ କପ୍-୨୦୨୧ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ୟାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦ୍ୟାପନି ଦିବସରେ ଇଟାମାଟି କ୍ରିକେଟ୍ କ୍ଲବ୍, ଖଣ୍ଡପଡ଼ା କ୍ରିକେଟ୍ କ୍ଲବ୍କୁ ହରାଇ ଚଳିତ ବର୍ଷର ଚମ୍ପିୟାନ୍ ହୋଇଛି । ସୂଚନାନୁସାରେ, ଖଣ୍ଡପଡ଼ା କ୍ରିକେଟ୍ କ୍ଲବ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପ ି ନେଇ ପଡ଼ିଆକୁ ଭିତରକୁ ପ୍ରବେଶ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଇଟାମାଟି କ୍ଲବ୍ର ଘାତକ ବୋଲିଂରେ ଧରାଶାଇ ହୋଇ ଖଣ୍ଡପଡ଼ା କ୍ଲବ୍ ସମସ୍ତ ୱିକେଟ୍ ହରାଇ ୯୯ ରନ୍ କରିବା ସକ୍ଷମ ହୋଇଥିଲା । ଏହାର ଜବାବ୍ରେ ଇଟାମାଟି କ୍ରିକେଟ୍ କ୍ଲବ୍ ୧୦୦ରନ୍ ବିଜୟ ଲକ୍ଷ ନେଇ ପଡ଼ିଆ ଭିତରେ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୭ ଓଭରରେ ମୂଲ୍ୟବାନ ୩ଟି ୱିକେଟ୍ ହରାଇ ଚଳିତ ବର୍ଷର ବିଜୟୀ ହୋଇଥିଲା । ଉଦ୍ୟାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ତହସିଲଦାର ଭିକାରୀ ସାହୁ, ନୟାଗଡ଼ କ୍ରିକେଟ୍ କ୍ଲବ୍ର ସଭାପତି ସତ୍ୟବ୍ରତ ପଟ୍ଟନାୟକ, ପୂର୍ବତନ ନଗରପାଳ ଗୁରପ୍ରସାଦ ଜେନା, ଟାଉନ ଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ, ସ୍ମୃତିରଂଜନ ମହାନ୍ତି ଯୋଗ ଦେଇଥିଲେ । ରନ୍ସ ଅଫ୍ ଖଣ୍ଡପଡ଼ା କ୍ରିକେଟ୍ କ୍ଲବ୍କୁ ଟ୍ରଫି ସହିତ ୭ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଇଟାମାଟି କ୍ରିକେଟ୍ କ୍ଲବ୍କୁ ଟ୍ରଫି ସହିତ ୧୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଇଟାମାଟି କ୍ରିକେଟ୍ କ୍ଲବ୍ ସୁର ମହାନ୍ତିଙ୍କୁ ମ୍ୟାନ୍ ଅପ୍ ଦ ମ୍ୟାଚ୍ ଓ ମ୍ୟାନ୍ ଅପ୍ ଦ ସିରିଜ୍ ଘୋଷଣା କରି ଅତିଥିମାନଙ୍କ ଦ୍ୱାରା ଟ୍ରଫି ପ୍ରଦାନ କରାଯାଇଛି । ମ୍ୟାଚ୍କୁ ଦୁଇ ବରିଷ୍ଠ ଅମ୍ପ୍ୟାୟାର ଚିତ୍ତରଞ୍ଜନ ଜେନା ଓ ଶିବରାମ ପ୍ରଧାନ ପରିଚାଳନା କରିଥିବା ବେଳେ ବିଭୂତି ମହାପାତ୍ର, ରାକେଶ କୁମାର ନନ୍ଦ ଓ ନିତିନ୍ ମୁକେଶ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!