ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖେଳପଡ଼ିଆଠାରେ ନିୟୁଟାଉନ୍ କ୍ରିକେଟ୍ କ୍ଲବ ପକ୍ଷରୁ ଆୟୋଜିତ ନୟାଗଡ଼ କ୍ରିକେଟ୍ କପ୍ ମ୍ୟାଚ୍ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅକ୍ଷୟ ନାୟକ ଯୋଗ ଦେଇଥିଲେ । ୮ ଗୋଟି ଦଳକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି କ୍ରିକେଟ୍ କପ୍ ପ୍ରଥମ ଦିବସରେ ଇଟାମାଟି ବନାମ୍ ଭାପୁର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା । ଏଥିରେ ଇଟାମାଟି ଦଳ ପ୍ରଥମେ ବ୍ୟାଟିଂ କରି ୧୬୯ ରନ୍ କରିଥିବା ବେଳେ ଭାପୁର ଦଳ ୮୮ ରନରେ ଅଲଆଉଟ୍ ହୋଇଥିଲେ । ଇଟାମାଟି ଦଳ ୮୧ ରନ୍ରେ ବିଜୟୀ ହୋଇଥିଲା । କ୍ଲବର ସଭାପତି ସତ୍ୟବ୍ରତ ପଟ୍ଟନାୟକ ଏବଂ ସଂପାଦକ ଚିତ୍ତରଞ୍ଜନ ଜେନା ପ୍ରମୂଖ ଖେଳ ପରିଚାଳନା କରିଥିବା ବେଳେ ଅମ୍ପାୟାର ଭାବେ ସୁମନ ପ୍ରଧାନ ଏବଂ ଶିବରାମ ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।





