Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ, ପ୍ରଶାସନିକ ଅଧିକାରୀ ବନାମ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
December 22, 2022
in Sports, State
ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ, ପ୍ରଶାସନିକ ଅଧିକାରୀ ବନାମ କର୍ମଚାରୀ
63
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଆସନ୍ତା ଜାନୁୟାରୀ ୧୩ ରୁ ୨୯ ପର‌୍ୟ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ୱକପ୍ ଅବସରରେ ସରକାରୀ ନିର୍ଦ୍ଦେଶମତେ ତମାମ୍ ରାଜ୍ୟରେ ବିଭିନ୍ନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଗ୍ରାମପଞ୍ଚାୟତ ସ୍ତରୀୟ ଏବଂ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରାଯାଉଛି । ଜାନୁୟାରୀ ୨୫ ରୁ ୨୯ ମଧ୍ୟରେ ଏହି ଉପଲକ୍ଷେ ଜିଲ୍ଲାସ୍ତରରେ ମଧ୍ୟ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା, ପଲ୍ଲୀଶ୍ରୀମେଳା, ପୁସ୍ତକମେଳା, ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ଆଦି କାର‌୍ୟ୍ୟକ୍ରମ ଆୟୋଜନ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଶ୍ଵ ପୁରୁଷ ହକି କପ ଭଳି ଏକ ଗୌରବାବହ କାର‌୍ୟ୍ୟକ୍ରମ ଆୟୋଜନ ନେଇ ଉକ୍ତ ଉଦ୍ଦେଶ୍ୟରେ ଉତ୍ସାହର ସହିତ ଆଜି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପରିସରରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କ ମଧ୍ୟରେ ଏକ ୩ଦିନିଆ ବନ୍ଧୁତ୍ବପୂର୍ଣ୍ଣ ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍ ଭଦ୍ରକ କଲେକ୍ଟୋରେଟ୍ ଲିଗ୍ – ୨୦୨୨ ଆୟୋଜନ କରାଯାଇଛି । ଅଫିସ କାର‌୍ୟ୍ୟ ଅବଧୂ ପରେ ପ୍ରାୟ ସନ୍ଧ୍ୟା ୭ ଘ. ରୁ ଏହି ମ୍ୟାଚ୍ ଆରମ୍ଭ ହୋଇ ରାତ୍ର ୧୦ଟା ମଧ୍ୟରେ ଶେଷ ହେଉଛି । ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏହି କ୍ରୀଡ଼ା କାର‌୍ୟ୍ୟକ୍ରମକୁ ଉଦ୍‌ଘାଟନ କରି ନିଜେ ବ୍ୟାଟ୍ ଚାଳନା କରି ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ । ପ୍ରଥମ ମ୍ୟାଚ୍ ଭାବେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟର କର୍ମଚାରୀ ଏକାଦଶ ବନାମ କୃଷି ବିଭାଗ କର୍ମଚାରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କୃଷି ବିଭାଗ ତରଫରୁ ସୁଧାଂଶୁ ନାୟକ ଓ ଜିଲ୍ଲାପାଳଙ୍କ କର୍ମଋରୀ ତରଫରୁ ସରୋଜ କୁମାର ମଲ୍ଲିକଙ୍କ ଅଧନାୟକତ୍ବରେ ୭ ଓଭର ବିଶିଷ୍ଟ ଏହି ମ୍ୟାଚରେ କୃଷି ବିଭାଗ ବିଜୟୀ ହୋଇ ଦ୍ଵିତୀୟ ମ୍ୟାଚ୍‌ରେ ପ୍ରଶାସନିକ ଅଧିକାରୀଙ୍କ ଦଳ ସହ ମୁକାବିଲା କରି ମଧ୍ୟ ବିଜୟୀ ଘୋଷିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ଵନାୟକତ୍ଵରେ ପ୍ରଶାସନିକ ଦଳର ବ୍ୟାଟିଂରେ ଉପଅଧୁନାୟକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ବ୍ୟାଟ୍ ଚାଳନାରୁ ଚୌକା ବର୍ଷା ବେଶ୍ ଆକର୍ଷଣୀୟ ଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତିଙ୍କ ବ୍ୟାଟିଂ ଓ ବୋଲିଂ ଉଭୟରେ କରିସ୍ମା ଦେଖିବାକୁ ମିଳିଥିଲା । ପ୍ରଶାସନିକ ଦଳ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଡ଼. ଲକ୍ଷ୍ମୀପ୍ରସାଦ ସାହୁ, ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ସହାୟକ ଜିଲ୍ଲାପାଳ ସୁଧାଂଶୁ ମୋହନ ସ୍ଵାଇଁ, ଭଦ୍ରକ ବିଡ଼ିଓ ସୀତାକାନ୍ତ ରାଉତ, ତହସିଲଦାର ସମରେନ୍ଦ୍ର ଭଟ୍ଟ ପ୍ରମୁଖ ଖେଳିଥିଲେ । ତୃତୀୟ ମ୍ୟାଚ୍‌ରେ ଜିଲ୍ଲା ରେଜିଷ୍ଟ୍ରେସନ୍ କର୍ମଚାରୀ ଏକାଦଶ ଓ ରାଜସ୍ବ କ୍ଷେତ୍ରୀୟ କର୍ମଚାରୀ ଏକାଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ରେଜିଷ୍ଟ୍ରେସନ ଦଳ ବିଜୟୀ ହୋଇଥିଲେ । ସୂଚନା ଯୋଗ୍ୟକି ଗତକାଲି ୨୧-୧୨-୨୨ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଲିଗ୍ ମ୍ୟାଚ୍‌ରେ ୨୨-୧୨-୨୨ରେ ୩ଟି ମ୍ୟାଚ୍ ପରେ ବିଜେତାଙ୍କୁ ନେଇ ୨୩. ୧୨. ୨୨ରିଖ ଶୁକ୍ରବାର ଦିନ ୨ଟି ସେମିପାଇନାଲ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର କାର‌୍ୟ୍ୟକ୍ରମ ରହିଛି । ସ୍ଵତନ୍ତ୍ର ଭୂଅର୍ଜନ ଅଧ୍ଵକାରୀ କାର୍ତ୍ତିକନାଥ ମଣ୍ଡଳ, ବାସୁଦେବପୁର ଅତିରିକ୍ତ ତହସିଲଦାର ତାପସ ରଞ୍ଜନ ସାମଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଓମ୍ପାୟାର ଭାବେ ଦାୟିତ୍ଵ ନିଭାଇଥିଲା ବେଳେ ଭଣ୍ଡାରିପୋଖରୀ ବିଡ଼ିଓ ଦେବଦତ୍ତ ଦାସଙ୍କ ଧାରା ବିବରଣୀ ଉଭୟ ଦର୍ଶକ ଓ ଖେଳାଳୀମାନଙ୍କ ପାଇଁ ବେଶ୍ ଉପଭୋଗ୍ୟ ଥିଲା ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!