କଳାହାଣ୍ଡି, (ବାଘୁଆବାର୍ତ୍ତା): ବ୍ୟାଟରେ ଛକା ଚୌକା ବର୍ଷା ହେବା ଫଳରେ ହେଲା ଷ୍ଟମ୍ପରେ ମାଡ଼ର ବର୍ଷା । ରକ୍ତାତ ହୋଇଗଲା କ୍ରିକେଟ୍ ପିଚ୍ । ଚାହୁଁ ଚାହୁଁ ପିଚ୍ରେ ଟଳି ପଡିଲେ କ୍ରିକେଟ୍ ଖେଳାଳୀ । ସାଥି ଖେଳାଳୀଙ୍କ ଷ୍ଟମ୍ପ ମାଡ଼ ଚାଲିଗଲା ଖେଳାଳୀଙ୍କ ଜୀବନ । ମୃତ ଖେଳାଳୀ ଜଣକ ହେଲେ ଡୁମେରପଦର ଗାଁର ୧୮ବର୍ଷୀୟ ଦେବବ୍ୟାସ ନାଏକ । ଏଭଳି ଅଭାବନୀୟ ଘଟଣା ଘଟିଛି ଘୁଞ୍ଜିଗୁଡା ଅଞ୍ଚଳରେ । ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଘୁଞ୍ଜିଗୁଡା ଗାଁରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ହେଉଥିଲା । ଉକ୍ତ ମ୍ୟାଚରେ ଡୁମେରପଦର ଗାଁ ଓ ବେନ୍ଧଲାପାସ ଗାଁ ମଧ୍ୟରେ ଚାଲିଥିଲା ମ୍ୟାଚ୍ । ଖେଳ ମଧ୍ୟରେ ବେଦବ୍ୟାସଙ୍କ ସହିତ ବେନ୍ଦଲାପାସ ଖେଳାଳୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷେପିତ ହୋଇ ବେନ୍ଦଲାପାସ ଖେଳାଳି ଷ୍ଟମରେ ବେଦବ୍ୟାସଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ବେଦବ୍ୟାସ ଟଳି ପଡିଥିଲେ । ସେଠାରୁ ତାଙ୍କୁ ରାୟଗଡ଼ା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବେଦବ୍ୟାସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ କାଶୀପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।






