ମୁମ୍ବାଇ,(ବାଘୁଆବାର୍ତ୍ତା): ଭାରତ-ଇଂଲଣ୍ଡ ଟେଷ୍ଟ ଓ ଟି-୨୦ ସିରିଜ୍ ସରିବା ପରେ ଦିନିକିଆ ସିରିଜ୍ ଖେଳାଯିବ । ତେବେ ଭାରତ-ଇଂଲଣ୍ଡ ୩ଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପୁନେ ଠାରେ ଖେଳାଯିବ । ଦେଶକୁ ମହାମାରୀ କରୋନ କମ୍ ବ୍ୟାକ୍ କରୁଥିବା ଯୋଗୁଁ କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ଦିନିକିଆ ସିରିଜ୍ ଦେଖିବେ ନାହିଁ ଦର୍ଶକ । ବିନା ଦର୍ଶକରେ ହେବ ଦିନିକିଆ ଭାରତ-ଇଂଲଣ୍ଡ ସିରିଜ୍ । ଉକ୍ତ ସିରଜକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ନେଇ ଆଶଙ୍କା କରାଯାଉଥିବା ବେଳେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣେ ଠାରେ ସିରିଜ୍ ଆୟୋଜନ କରିବାକୁ ଅନୁମତି ଦେଇଥିଲେ । ତେବେ ଏହି ୩ ଟି ଦିନିକିଆ ସିରିଜ୍ ବିନା ଦର୍ଶକରେ ଖେଳାଯିବ ।





