ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତଃ ଜୋନ୍ କ୍ରିକେଟ ଫାଇନାଲ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି କଲେଜକୁ ପରାସ୍ତ କରି ନୟାପଲ୍ଲୀ ଦେବରାୟ କଲେଜ ବିଜୟୀ ହୋଇଛି । ପ୍ରଥମେ ଦେବରାୟ କଲେଜ ଟସ୍ ଜିତି ବୋଲିଂ କରିଥିଲା । ବିଜେବି କଲେଜ ପ୍ରଥମେ ବ୍ୟାଟିଂ କରି ୨୬.୩ ଓଭରରେ ୭୦ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହି ଲକ୍ଷକୁ ଦେବରାୟ କଲେଜ ୧୧.୪ ଓଭରରେ ହାସଲ କରିବାରେ ବିଜୟୀ ହୋଇଥିଲା । ଦେବରାୟ କଲେଜ ତରଫରୁ ଶୁଭମ୍ ସତ୍ୟଜିତ୍ ନାୟକ ୪୭ ରନ୍ କରି ଅପରାଜିତ ଥିଲେ । ଦେବରାୟ କଲେଜର ଅଂଶୁମାନ ବେଜ୍ ୬ ଓଭରରେ ମାତ୍ର ୧୪ ରନ୍ ବ୍ୟୟ କରି ୩ଟି ଉଇକେଟ୍ ହାସଲ କରିବା ସହ ମ୍ୟାନ୍ ଅଫଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିଥିବା ବିଜେବି କଲେଜର ସାଇ ଶଭମ୍ ମ୍ୟାନ ଅଫ ଦି ସିରିଜ୍ ପୁରସ୍କାର ହାସଲ କରିଥିଲେ ।
ମ୍ୟାଚରେ ଅମ୍ପେୟାରିଂ କରିଥିଲେ ସତ୍ୟଜିତ ମହାନ୍ତି, ରିଶିକାନ୍ତ ମାନସିଂ, ସ୍ମୃତି ରଞ୍ଜନ ମାନସିଂ, ବିମଲ କୁମାର ପ୍ରଧାନ, ତନ୍ମୟ ସାମନ୍ତ ସିଂହାର । ଡାନି କଲର୍ସ ସ୍କୋରର ରହିଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ପୋର୍ଟସ କାଉନସିଲ ଉତ୍କଳ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ. ବିଜୟ କୁମାର ସୁନ୍ଦରାୟ, ନିରୁପମା ଖଟେଇ ଅଧ୍ୟକ୍ଷା ନୟାଗଡ଼ ମୁନିସ୍ପାଲଟି, କୋ ଅର୍ଡିନେଟର ଡ. ପ୍ରବୀର କୁମାର ମହାନ୍ତି, ବେଣୁଧର ଦାସ, ଚତୁର୍ଭୁଜ ଜେନା, ପ୍ରଶାନ୍ତ କୁମାର ମହାନ୍ତି, ନୟାଗଡ଼ ସ୍ୱୟଂଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । କଲେଜର ଅଧ୍ୟକ୍ଷ ଅତିଥି ମାନଙ୍କର ସ୍ୱାଗତ ଭାଷଣ ଦେବା ସହ ଖେଳର ଉପାଦେୟତା ବିଷୟରେ ବୁଝାଇଥିଲେ । କଲେଜର କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ବିନାୟକ ପ୍ରସାଦ ସଓ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଉଦ୍ଯାପନ ଉତ୍ସବର ମଞ୍ଚ ପରିଚାଳନା କରିଥିଲେ ଡ. ଆଶୁତୋଷ ମିଶ୍ର । ଅଧ୍ୟାପକ ଗଣେଷ ମିଶ୍ର ଖେଳ ସୁପରିଚାଳନା ପାଇଁ ସମସ୍ତ କର୍ମ କର୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।






