କ୍ରିଡ଼ା ଭିତିଭୂମି ସମୁହର ଉଦ୍ଘାଟନ
ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଭିତିଭୂମିର ସମୁହ ଉଦ୍ଘାଟନ କରିଛନ୍ତି । ଆଭାସି ମାଧ୍ୟମରେ ବ୍ରହ୍ମପୁରରେ ସ୍ପୋର୍ଟସ କମ୍ପେ୍ଲକ୍ସ, ଗଞ୍ଜାମ ଭାରୋତ୍ତଳନ ଏକାଡେମୀ, ଯାଜପୁରରେ କୁସୁମା ସ୍ପୋର୍ଟସ କମ୍ପେ୍ଲକ୍ସ ଓ ହକି ପ୍ରଶିକ୍ଷଣ କେନ୍ଦ୍ର ସ୍ପୋର୍ଟସ କମ୍ପେ୍ଳକ୍ସ, ଝାରସୁଗୁଡ଼ାରେ କ୍ରିକେଟ ପଡିଆ, ପୁରୀରେ ଶ୍ରୀ ଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ଓ ପୁରୀରେ ମହିଳା କ୍ରିକେଟ ଏକାଡେମୀକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏଥି ସହିତ ରାଜ୍ୟର ୪୧ ଗୋଟି କ୍ରିକେଟ ଏକାଡେମୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ସେହିପରି ଭାବେ ଆଜି ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ନୟାଗଡ଼ କ୍ରିକେଟ ଏକାଡେମୀ ଉଦ୍ଘାଟିତ ହୋଇଛି । ଖେଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୌରଧ୍ୟକ୍ଷା ନିରୁପମା ଖଟ୍ଟେଇ, ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ ନାୟକ, ନୟାଗଡ଼ କ୍ରିକେଟ ଆସୋଶିଏସନର ସଭାପତି ଅରବିନ୍ଦ ଛୋଟରାୟ, ସମ୍ପାଦକ ସଂଗ୍ରାମ କେଶରୀ ଗୁମାନସିଂ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସାମ୍ବାଦିକ ରାମକୃଷ୍ଣ ରଥ, ସୂର୍ଯ୍ୟମଣି ପ୍ରଧାନ ଓ ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । କଲେଜ ପଡିଆରେ ବହୁ ସଂଖ୍ୟକ ଖେଳପ୍ରେମୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।






